Categories: ବାଣିଜ୍ୟ

ପ୍ୟାକେଜ ନେଇ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ, ୬।୪: କରୋନା ଯୋଗୁ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି। ଏଥି ଲାଗି ଏକ ଅର୍ଥନୈତିକ ପ୍ୟାକେଜ ଅର୍ଥ ବ୍ୟବସ୍ଥା ଲାଗି ଆସିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଲକ୍‌ଡାଉନ ଶେଷ ହେବା ପରେ ଉପୁଜିଥିବା ବିଭିନ୍ନ ସ୍ଥିତିକୁ ମଧ୍ୟ ସରକାର ବିଚାର କରିବେ। ପ୍ୟାକେଜକୁ ନେଇ ସରକାର ବର୍ତ୍ତମାନ ଆଲୋଚନା କରିଛନ୍ତି। ମାତ୍ର ଚୂଡାନ୍ତ ନିଷ୍ପତ୍ତି ଏବେ ଯାଏ ଆସିନାହିଁ। ଚାହିଦା ବୃଦ୍ଧି ସହ ଅନ୍ୟ ପଦକ୍ଷେପ ଉପରେ ବିଚାର କରାଯାଉଥିବା ଅଧିକାରୀ ଜଣକ ମତ ପ୍ରକାଶ କରିଛନ୍ତି।

Share