Categories: ଖେଳ

ପ୍ଲିସ୍‌କୋଭାଙ୍କୁ ହରାଇଲେ ମାର୍ଟିକ

ପ୍ୟାରିସ୍‌, ୩୧।୫ (ଏଏଫ୍‌ପି)- ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚରେ ୩୧ତମ ସିଡ୍‌ କ୍ରୋଏସିଆର ପେଟ୍ରା ମାର୍ଟିକ ତାଙ୍କୁ ୬-୩, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ମାର୍ଟିକ୍‌ ସିଜନରେ ଏହାକୁ ମିଶାଇ ୧୪ କ୍ଲେକୋର୍ଟ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଡବ୍ଲ୍ୟୁଟିଏ ଟୁର୍‌ରେ ଅନ୍ୟ ଖେଳାଳିଙ୍କ ତୁଳନାରେ ଯାହାକି ସର୍ବାଧିକ। ଅନ୍ୟପକ୍ଷରେ ପ୍ଲିସ୍‌କୋଭାଙ୍କ ପରାଜୟ ଦ୍ୱାରା ରୋଲାଣ୍ଡ ଗ୍ୟାରୋସ ଟୁର୍ନାମେଣ୍ଟ ପରେ ମଧ୍ୟ ନାଓମି ଓସାକା ବିଶ୍ୱର ନମ୍ବର ଓ୍ବାନ ମହିଳା ସିଙ୍ଗଲ୍ସ ଖେଳାଳି ମାନ୍ୟତା ବଜାୟ ରଖିବେ। ମାର୍ଟିକ ଚତୁର୍ଥ ରାଉଣ୍ଡରେ ରୁଷିଆର ଭେରୋନିକା କୁଦରମେଟୋଭା କିମ୍ବା ଇସ୍ତୋନିଆର କାଇଆ କାନେପିଙ୍କୁ ଭେଟିବେ।

Share