ପ୍ରୋତ୍ସାହନ ମିଳୁନି, ସଙ୍କଟରେ ଖପର କାରିଗର

ଜାମଟିକ୍ରା, ୧ା୭(ଡି.ଏନ.ଏ) ପଶ୍ଚିମ ଓଡିଶାରେ ଖପର ଘର ସଂଖ୍ୟା ଅଧିକ। ଏଥିପାଇଁ ଲୋକମାନେ ବର୍ଷା ଋତୁ ଆସିବା ପୂର୍ବରୁ ଖପର କିଣି ଛାତ ସଜାଡନ୍ତି। ଏହାକୁ ଦୃଷ୍ଟିରେ ରଖି କୁମ୍ଭାର ସମ୍ପ୍ରଦାୟର ଲୋକମାନେ ଖପର ତିଆରି କରୁଥିବାରୁ ତାକୁ କିଣିବା ପାଇଁ କାରିଗରଙ୍କ ପାଖରେ ଲୋକଙ୍କ ଭିଡ ଜମୁଛି। ବରଗଡ ଜିଲା ଅତାବିରା ବ୍ଲକ ଲଚିଦା ପଞ୍ଚାୟତର କତାବଗା ଗ୍ରାମରେ ଏହା ଦେଖିବାକୁ ମିଳିଛି। ଏଠାରେ କୁମ୍ଭାର ସମ୍ପ୍ରଦାୟର କାରିଗର ନିକଟରେ ଥିବା ଜମରୁ ମାଟି ଆଣି ଖପର ତିଆରି କରୁଛନ୍ତି। ଆଶାନୁରୂପ ଲାଭ ନ ଥିଲେ ମଧ୍ୟ କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ଏହି ଗାଁର ପ୍ରାୟ ୧୦ଟି ପରିବାର।
ସାଧାରଣତଃ ୧୨-୧୪ ଓ ୧୬ ଇଞ୍ଚ ମାପର ଖପର ପ୍ରସ୍ତୁତ କରାଯାଇଥାଏ। ଏକ ହଜାର ଖପର ପ୍ରସ୍ତୁତି ପାଇଁ ମାଟି ସଂଗ୍ରହରୁ ବିକ୍ରି ପର୍ଯ୍ୟନ୍ତ ୧୦ଦିନ ଲାଗିଥାଏ। ଏକ ହଜାର ଖପର ଦୁଇ ହଜାର ଟଙ୍କାରେ ବିକ୍ରି ହେଉଛି। ଏଥିପାଇଁ ୨ଜଣଙ୍କ ଶ୍ରମଦାନର ଆବଶ୍ୟକତା ପଡେ। ମାଟି ସଂଗ୍ରହ, ମାଟିକୁ ପାଣିରେ ବତୁରାଇବା, ଖପର ପୋଡିବା ପାଇଁ ଆବଶ୍ୟକ ଜାଳେଣି ସଂଗ୍ରହ, ଗଢ଼ିବା ପରେ କଞ୍ଚା ମାଟିର ଖପରକୁ ଖରାରେ ଶୁଖାଇବା ପାଇଁ ଚାରିଦିନ ଲାଗିଥାଏ। ଏହାପରେ ତଳେ ଝାଟି, କାଠି ବିଛାଇ ତା ଉପରେ ଖପରକୁ ରଖି ପାଳ ଘୋଡାଯାଏ। ଏହାକୁ ପୋଡିବା ପରେ ବିକ୍ରି ଯୋଗ୍ୟ ଖପର ପ୍ରସ୍ତୁତ ହୋଇଥାଏ। ଶେଷରେ ଏହାକୁ ସମତୁଲ କରାଯାଇ ଥାକ ଥାକ କରି ରଖି ବିକ୍ରି ସକାଶେ ସଜାଇ ଦିଆଯାଇଥାଏ। ଖପର ନିର୍ମାଣ ପାଇଁ କାଠ ତିଆରି ଏକ ଚକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଚକର ମଝି ଅଂଶରେ ବତୁରା ମାଟିର ଠେଲାକୁ ରଖି ଚକ୍ରାକାରରେ ଘୂରାଯାଏ ଓ ଖପର ନିର୍ମାଣ କରାଯାଇଥାଏ । କୁମ୍ଭାର ପରିବାରର ସଦସ୍ୟମାନେ ଏଥିପାଇଁ ବହୁ କଷ୍ଟ କରିଥାନ୍ତି। ଏଥିରୁ ଦୈନିକ ମୁଣ୍ଡ ପିଛା ୯୦ରୁ ୧୦୦ ଟଙ୍କା ମାତ୍ର ରୋଜଗାର ହୋଇଥାଏ। ଏତେ କମ୍‌ ରୋଜଗାରରେ ପରିବାର ଚଳାଇବା କଣ୍ଟସାଧ୍ୟ ବୋଲି କତାବଗାର ମନୋଜ ରଣା କହନ୍ତି। ଏବେ ସମସ୍ତେ ପକ୍କାଘର ନିର୍ମାଣ କରୁଛନ୍ତି। ଆଉ ଖପର ଘରକୁ ପସନ୍ଦ କରୁନାହାନ୍ତି। ଫଳରେ ଆମ ବେପାର ଟିକେ ମାନ୍ଦା ପଡିଛି ବୋଲି କୁଲୁଣ୍ଡା ଗ୍ରାମର ଖପର କାରିଗର ଚକାମନ ରଣା କହନ୍ତି। ସରକାରୀସ୍ତରରେ ଖପର କାରିଗରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଏହି କୌଳିକ ବୃତ୍ତି ଆଗକୁ ବଢ଼ିପାରନ୍ତା ବୋଲି ପ୍ରଦୀପ ରଣା କୁହନ୍ତି। ସରକାରଙ୍କ ତରଫରୁ ଋଣ ପ୍ରଦାନ ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବା ସହ ଆବଶ୍ୟକ ବୈଷୟିକ ତାଲିମ ପ୍ରଦାନ କରାଯାଇପାରିଲେ କୁମ୍ଭାର ସମ୍ପ୍ରଦାୟର ଆର୍ଥିକ ପ୍ରଗତି ହୋଇ ପାରନ୍ତା ବୋଲି ସାମାଜିକ କର୍ମୀ ତଥା ବୃଦ୍ଧିଜୀବୀ ସୀତାରାମ ବନଛୁର ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri