ପ୍ରେରଣାଦାୟୀ ପର୍ବତାରୋହୀ

ଇନ୍‌ହେଲର ବା ଆଘ୍ରାଣ ପାଇଁ ଔଷଧୀୟ ବାଷ୍ପ ଛାଡ଼ୁଥିବା ଉପକରଣ ନ ହେଲେ ୧୦୦ ମିଟର ଦୌଡ଼ିବା ତାଙ୍କ ସକାଶେ ଅତି କଷ୍ଟକର କାର୍ଯ୍ୟ ଥିଲା। ଶ୍ୱାସରୋଗରୁ ମୁକ୍ତି ପାଇବା ସହ ଏକ ସୁସ୍ଥ ଜୀବନ ଜିଇଁବା ପାଇଁ ସେ ପ୍ରତିଜ୍ଞା କରିଥିଲେ। ଦୁଃସାହସିକ ଯାତ୍ରା ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିବ ଚିନ୍ତା କରି ସେ ୭ ବର୍ଷ ଧରି କଷ୍ଟକର ଅଭ୍ୟାସ ଆରମ୍ଭ କଲେ। କଠୋର ପରିଶ୍ରମ ତାଙ୍କ ମନୋବଳକୁ ଦୃଢ଼ କରିବା ପରେ ସେ ୨୦୦୮ରେ ପ୍ରଥମ ଥର ପାଇଁ ବିନା ଇନ୍‌ହେଲରରେ ପର୍ବତାରୋହଣ ଭଳି କଷ୍ଟକର ପଥକୁ ବାଛି ନେଲେ। ସେବେଠାରୁ ଯେଉଁ ଯୁବକ ଭାରତୀୟ ଯୁବବର୍ଗଙ୍କ ପାଇଁ ରୋଲ୍‌ ମଡେଲ ପାଲଟି ପାରିଛନ୍ତି, ସେ ହେଉଛନ୍ତି ସତ୍ୟରୂପ ସିଦ୍ଧାନ୍ତ। ବିଶ୍ୱର ଶ୍ରେଷ୍ଠ ୭ ଭୋଲ୍‌କାନିକ୍‌ ସମିଟ୍‌ ବା ୭ ମହାଦେଶର ଆଗ୍ନେୟଗିରି ପ୍ରସୂତ ଶୃଙ୍ଖ ଚଢ଼ିବାରେ ସେ ପ୍ରଥମ ଭାରତୀୟ ପର୍ବତାରୋହୀ ହୋଇପାରିଛନ୍ତି। ଏଥିସହିତ ଉଭୟ ୭ ସମିଟ୍‌ ଓ ୭ ଭୋଲକାନିକ୍‌ ସମିଟ୍‌ ଉପରେ ନିଜର ବିଜୟ ଧ୍ୱଜା ଉଡ଼ାଇବାରେ ସତ୍ୟରୂପ ବିଶ୍ୱର ସର୍ବକନିଷ୍ଠ ପର୍ବତାରୋହୀ ପାଲଟି ଯାଇଥିବାରୁ ତାଙ୍କୁ ନିକଟରେ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ’ ମାନ୍ୟତା ମିଳିଛି। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଏବେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
ସତ୍ୟରୂପ ୨୯ ଏପ୍ରିଲ ୧୯୮୩ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିଲାଦିନ ବେରହାମ୍‌ପୁର (ଏବେ ବାହାରାମ୍‌ପୁର)ରେ କଟିଥିଲା ଓ ସେ ସେଠାକାର ମେରୀ ଇମାକ୍ୟୁଲେଟ୍‌ ସ୍କୁଲରେ ପାଠ ପଢ଼ିଥିଲେ। ଏହା ପରେ ସିକ୍କିମ୍‌ସ୍ଥିତ ସିକ୍କିମ୍‌ ମଣିପାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜିରୁ ବି.ଟେକ୍‌ କରିଥିଲେ। ୨୦୦୫ରେ ବେଙ୍ଗାଲୁରୁରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେହି ସମୟରେ ପର୍ବତାରୋହଣ ପ୍ରତି ମନ ବଳାଇ ସେ ୨୦୦୮ରୁ ବାଙ୍ଗାଲୋର ମାଉଣ୍ଟେନିୟରିଂ କ୍ଲବର ସଦସ୍ୟ ରହିଆସିଛନ୍ତି। ଉତ୍ତମ ପ୍ରଶିକ୍ଷଣ ପାଇବା ପରେ ବିଶ୍ୱର ଶ୍ରେଷ୍ଠ ଶୃଙ୍ଗରେ ପହଞ୍ଚିବାରେ ସତ୍ୟରୂପ ଦୁର୍ବାର ପ୍ରୟାସ କରିଥିଲେ। ୨୯ ଜୁନ୍‌ ୨୦୧୨ରେ ସେ ପ୍ରଥମେ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଶିଖରରେ ପହଞ୍ଚିଥିଲେ। ତା’ ପରେ ୨୭ ଜୁନ୍‌ ୨୦୧୩ରେ ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌, ୧୩ ଜାନୁୟାରୀ ୨୦୧୪ରେ ଦକ୍ଷିଣ ଆମେରିକାର ମାଉଣ୍ଟ ଏକୋନ୍‌କାଗୁଆ, ୨୩ ଜୁନ୍‌ ୨୦୧୪ରେ ଉତ୍ତର ଆମେରିକାର ମାଉଣ୍ଟ ଡେନାଲି, ୧୨ ଜୁନ୍‌ ୨୦୧୫ରେ ଅଷ୍ଟ୍ରେଲିଆର ମାଉଣ୍ଟ କୋସିସ୍‌ଜୋକୋ, ୨୧ ମେ ୨୦୧୬ରେ ପୃଥିବୀର ଶ୍ରେଷ୍ଠ ଗିରିଶୃଙ୍ଗ ଏସିଆ ମହାଦେଶର ମାଉଣ୍ଟ ଏଭରେଷ୍ଟ, ୧୩ ଜୁନ୍‌ ୨୦୧୭ରେ ଇଣ୍ଡୋନେସିଆର କାର୍ଷ୍ଟେଞ୍ଜ ପିରାମିଡ୍‌ ଏବଂ ସେହିବର୍ଷ ୧୫ ଡିସେମ୍ବରରେ ଆଣ୍ଟାର୍କଟିକାର ଭିନ୍‌ସନ୍‌ ମାସିଫ୍‌ରେ ପହଞ୍ଚିବାରେ ସତ୍ୟରୂପ ରେକର୍ଡ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ୮ଟି ଶୃଙ୍ଗ ସେଭେନ୍‌ ହାଏଷ୍ଟ ସମିଟ୍‌ ମଧ୍ୟରେ ଗଣାଯାଇଥାଏ। ସତ୍ୟରୂପଙ୍କ ବିଜୟ ଯାତ୍ରା ଏତିକିରେ ଅଟକିଯାଇ ନ ଥିଲା। ସେ ନୂଆ ରେକର୍ଡ କରିବାକୁ ଯାଇ ୭ ଭୋଲ୍‌କାନିକ୍‌ ସମିଟ୍‌ରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ। ସମୟକ୍ରମେ ସେ ଆଫ୍ରିକା ମହାଦେଶର ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋ, ୟୁରୋପ ମହାଦେଶର ରୁଷିଆର ମାଉଣ୍ଟ ଏଲ୍‌ବ୍ରୁସ୍‌, ଦକ୍ଷିଣ ଆମେରିକା ମହାଦେଶର ଚିଲିର ମାଉଣ୍ଟ ଓଜୋସ୍‌ ଡେଲ୍‌ ସାଲାଡୋ, ଏସିଆ ମହାଦେଶର ଇରାନ୍‌ର ମାଉଣ୍ଟ ଦାମାଭଣ୍ଡ୍‌, ଅଷ୍ଟ୍ରେଲିଆ ମହାଦେଶର ପାପୁଆ ନ୍ୟୁ ଗିନିର ମାଉଣ୍ଟ ଗିଲ୍ବି ଏବଂ ଆଣ୍ଟାର୍କଟିକାର ମାଉଣ୍ଟ ସିଡ୍‌ଲେ ସର୍ବୋଚ୍ଚ ଶିଖରରେ ପହଞ୍ଚିପାରିଥିଲେ।
‘ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ’ ଭଳି ସତ୍ୟରୂପଙ୍କ ନିଷ୍ଠା ଆଜି ତାଙ୍କୁ ସେଲିବ୍ରିଟି ସ୍ତରରେ ପହଞ୍ଚାଇପାରିଛି। ଅସହନୀୟ ଜଳବାୟୁ ସ୍ଥିତିରେ ଆଣ୍ଟାର୍କଟିକାରେ ସତ୍ୟରୂପ ବଂଶୀ ବାଦନ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ। ପର୍ବତାରୋହଣ କ୍ଷେତ୍ରରେ ଉତ୍କର୍ଷ ଲଭିଥିବା ଏହି ଦୁଃସାହସିକ ଯୁବକଙ୍କୁ ବିଭିନ୍ନ ସମୟରେ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ୨୦୧୬ରେ ପଶ୍ଚିମବଙ୍ଗ ସରକାରଙ୍କ ଯୁବ ସେବା ବିଭାଗ ପକ୍ଷରୁ ରାଧାନାଥ ସିକଦର ତେଞ୍ଜିଂ ନର୍ଗେ ସମ୍ମାନ, ୨୦୧୮ରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଏକ୍ସଲେନ୍ସ ଇନ୍‌ ମାଉଣ୍ଟେନିୟରିଂ ଆଓ୍ବାର୍ଡ, ୨୦୧୯ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଖେଳଶ୍ରୀ ସମ୍ମାନ, ବାଙ୍ଗାଲୋର ୟୁଥ୍‌ ଫେଷ୍ଟିଭାଲରୁ ୟୁଥ୍‌ ଆଓ୍ବାର୍ଡ ଆଦି ସେ ପାଇଛନ୍ତି। ଏଥିସହିତ ବିଭିନ୍ନ ଅନ୍ତର୍ଜାତୀୟ ସମିଟ୍‌ରେ ଭାରତୀୟ ପତାକା ଧରି ଦେଶର ଗୌରବ ବଢ଼ାଇଛନ୍ତି। କେବଳ ସପ୍ଟଓ୍ବେର ଇଞ୍ଜିନିୟର କିମ୍ବା ଜଣେ ପର୍ବତାରୋହୀ ଭିତରେ ସେ ନିଜକୁ ସୀମିତ ରଖି ନାହାନ୍ତି। ଜଣେ ପ୍ରେରଣାଦାୟୀ ବକ୍ତା ଭାବେ ସତ୍ୟରୂପ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ଆସିଆନ୍‌, ଶାହା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନ୍ୟୁକ୍ଲିୟର ଫିଜିକ୍ସ, ଆଇଆଇଟି କାନପୁର ଭଳି ପ୍ରତିଷ୍ଠିତ ଶିକ୍ଷା ପ୍ରତିଷ୍ଠାନ ଏବଂ କଗ୍‌ନିଜାଣ୍ଟ, ସସ୍‌କେନ୍‌, ଏଚ୍‌ଏସ୍‌ବିସି, ଆଇଏମ୍‌ଆର୍‌ବି, ଟ୍ରିଭିୟମ୍‌, ଏଲିମେଣ୍ଟ ୧୪, ଆଦିତ୍ୟ ବିର୍ଲା କ୍ୟାପିଟାଲ୍‌ ଏବଂ ଷ୍ଟୁଡେଣ୍ଟସ୍‌ ଅଫ୍‌ ଇଣ୍ଡିଆନ୍‌ ମ୍ୟୁଜିୟମରେ ତାଙ୍କ ପ୍ରେରଣାଦାୟୀ ବକ୍ତବ୍ୟ ତାଙ୍କୁ ଜଣେ ସିଜିନ୍‌ଡ ବ୍ୟକ୍ତି ଭାବେ ଗଢ଼ିତୋଳିଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri