ପ୍ରେମ ସମ୍ପର୍କରେ ଫାଟ: ମାତ୍ର ଏକ ବର୍ଷ ବି ଚାଲିପାରିଲାନି ଏସବୁ ଅଭିନେତାଙ୍କ ବିବାହ

ବମ୍ବେ: ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବି-ଟାଉନ୍‌ର ସେଲିବ୍ରିଟିମାନେ। ବିଶେଷକରି ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା ହୋଇଥାଏ। ବଲିଉଡ୍‌ରେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ କିଛି ଦିନ ଡେଟ୍‌ କରିବା ପରେ ବିବାହ କରିଥିଲେ ହେଁ ମାତ୍ର ଏକ ବର୍ଷ ମଧ୍ୟରେ ଅଲଗା ହୋଇଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ଚଳଚ୍ଚିତ୍ର ‘ମକଡି’ର ନାୟିକା ଶ୍ୱେତା ବସୁ ପ୍ରସାଦ-ରୋହିତ ମିତ୍ତଲ, କରନ୍‌ ସିଂ ଗ୍ରୋଭର-ଶ୍ରଦ୍ଧା ନିଗମ, ପୁଲକିତ ସମ୍ରାଟ-ଶ୍ୱେତା ରୋହିରା, ସାରା ଖାନ୍‌-ଅଲି ମର୍ଚାଣ୍ଟ, ମନ୍ଦନା କରିମୀ-ଗୌରବ ଗୁପ୍ତା, ଚାହତ ଖାନ୍ନା-ଭରତ ନରସିଂଘାନୀଙ୍କ ଭଳି କଳାକାର।

ଗତବର୍ଷ ଗୋପନୀୟ ଭାବେ ବିବାହ କରିଥିବା ଶ୍ୱେତା ନିକଟରେ ସ୍ବାମୀ ରୋହିତଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ଏକ ଇନ୍‌ଷ୍ଟା ପୋଷ୍ଟରେ ସେ ଏହାର ସୂଚନା ଦେଇଛନ୍ତି। ଉଭୟ ପାରସ୍ପରିକ ବୁଝାମଣାରେ ଅଲଗା ହେଉଥିବା ସେ କହିଛନ୍ତି।

ଏବେ ବିପାଶାଙ୍କ ଜୀବନସାଥୀ ପାଲଟିଥିବା କରନ୍‌ ଟେଲିଭିଜନ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ଭଲପାଇ ବସିଥିଲେ। ଅନେକ ଦିନ ଡେଟ୍‌ କରିବା ପରେ ଉଭୟ ବିବାହ ମଧ୍ୟ କରିଥିଲେ। ହେଲେ ବିବାହର ମାତ୍ର ଦଶ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ। ତେବେ ଏହା ପଛରେ କରନ୍‌ଙ୍କ ଅନ୍ୟମାନଙ୍କ ସହ ସମ୍ପର୍କରେ ରହିବାକୁ କୁହାଯାଉଥିଲା।

ସଲମାନଙ୍କ ରାକ୍ଷୀ ଭଉଣୀ ଶ୍ୱେତାଙ୍କୁ ବିବାହ କରିବାର ଏକ ବର୍ଷ ପୂର୍ବରୁ ବିଚ୍ଛେଦ ଘଟିଥିଲା। ୨୦୧୪ରେ ଉଭୟ ବିବାହ କରିବା ପରେ ୨୦୧୫ରେ ଛାଡ଼ପତ୍ର ଦେଇଥିଲେ। ସାରା ଖାନ୍‌ ଅଭିନେତା ଅଲୀଙ୍କୁ ବିବାହ କରିଥିଲେ। ବିଗ୍‌ ବସ୍‌ ଘରେ ବିବାହ କରିବାର ଦୁଇ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ। ସେହିଭଳି ମନ୍ଦନା ସ୍ବାମୀ ତଥା ବ୍ୟବସାୟୀ ଗୌରବଙ୍କଠାରୁ ୬ ମାସ ପରେ ଅଲଗା ହୋଇଥିବା ବେଳେ ଚାହତ ମାତ୍ର ଆଠ ମାସ ପରେ ସ୍ବାମୀ ଭରତଙ୍କଠାରୁ ଅଲଗା ହୋଇଛନ୍ତି।

Share