ପ୍ରେମ ମାନେନା ସୀମାରେଖା, ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ପ୍ରେମ ମାନେନା କୌଣସି ବାଧାବିଘ୍ନ, ସୀମାରେଖା। ବଲିଉଡ୍‌ର କେତେକ ଅଭିନେତ୍ରୀଙ୍କ କ୍ଷେତ୍ରରେ ଉକ୍ତିଟି ବେଶ୍‌ ପ୍ରଯୁଜ୍ୟ । ସେ ବବ୍‌ଲି ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ ଅଥବା ପ୍ରୀତି ଜିଣ୍ଟା, ମାଧୁରୀ ଦିକ୍ଷୀତ୍‌ ସମସ୍ତେ ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି।

ପ୍ରିୟଙ୍କା-ନିକ୍‌ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିକ୍‌ ପିସିଙ୍କଠାରୁ ବୟସରେ ଛୋଟ ହୋଇଥିବାକୁ ନେଇ ଏହା ଚର୍ଚ୍ଚାରେ ରହିଥିଲା। ଯୋଧପୁରର ଉମ୍ମେଦ ଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ଆମେରିକା ବ୍ୟବସାୟୀ ଜେନେ ଗୁଡଇନଫଙ୍କୁ ୨୦୧୮ରେ ବିବାହ କରିଥିଲେ। ଏବେ ଉଭୟ ଆମେରିକାରେ ରହୁଛନ୍ତି। ତେବେ ବିବାହ ପୂର୍ବରୁ ଉଭୟ ପାଞ୍ଚ ବର୍ଷ ଧରି ଡେଟ୍‌ କରିଥିବା କୁହାଯାଏ।

ଅଭିନେତ୍ରୀ ସେଲିନା ଜେଟଲୀ ଅଷ୍ଟ୍ରିଆର ହୋଟେଲ ବ୍ୟବସାୟୀ ପିଟର ହଗ୍‌ଙ୍କୁ ବିବାହ କରିଛନ୍ତି। ଦୁବାଇରେ ଉଭୟ ପରସ୍ପରକୁ ଭେଟିଥିଲେ। ଏହାପରେ ୨୦୧୦ରେ ନିର୍ବନ୍ଧ ଏବଂ ୨୦୧୧ରେ ଉଭୟ ବିବାହ କରିଥିଲେ।

ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତ୍‌ ୟୁଏସ୍‌ର ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ୧୯୯୯ରେ ଉଭୟ ବିବାହ କରିଥିଲେ।

ଅକ୍ଷୟ କୁମାର-ଟ୍ୱିଙ୍କିଲଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଅକ୍ଷୟଙ୍କ ପାଖରେ କାନାଡାର ନାଗରିକତା ରହିଛି। ଏପରିସ୍ଥଳେ ଏବେ ସେ ଭାରତୀୟ ନାଗରିକତା ପାଇଁ ଆପ୍ଲାଏ କରିଛନ୍ତି। କିନ୍ତୁ ସେ ଜଣେ ବିଦେଶୀ ହୋଇଥିବାରୁ ଭୋଟ ଦେଇ ପାରନ୍ତି ନାହିଁ।

Share