ପ୍ରେମ ବିବାହ କରି ଟ୍ରୋଲ୍‌ ହେଲେ ଦମ୍ପତି

ଇସଲାମାବାଦ: ପାକିସ୍ତାନରେ ଏବେ ଏମିତି ଏକ ଦମ୍ପତିଙ୍କ ଭିଡିଓ ଭାଇରାଲ ହେଉଛି ଯାହା ସବୁଠି ଚର୍ଚ୍ଚାର ପରିସରକୁ ଚାଲିଆସିଛି। ଏମାନଙ୍କ ପ୍ରେମ ଏମିତି ଥିଲା ଯେ ଏମାନେ ବୟସ କଥା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି। ଏକ ବିବାହ ଉତ୍ସବରେ ୧୮ ବର୍ଷୀୟ ଅସଦଙ୍କର ଦେଖା ହୋଇଥିଲା ୧୮ ବର୍ଷୀୟା ନିମାଦଙ୍କ ସହ। ପ୍ରଥମ ଦେଖାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ଏକଥା ଅସଦଙ୍କ ପିତା ଜାଣିବା ପରେ ତୁରନ୍ତ ଅସଦଙ୍କ ବିବାହ କରିଦେବାକୁ ସ୍ଥିର କରିଥିଲେ। ହେଲେ ଏଥିରେ ଅସଦ ଅମଙ୍ଗହେବାରୁ ତାଙ୍କ ପିତା କହିଥିଲେ ମୁଁ ବି ୧୮ ବର୍ଷରେ ବିବାହ କରିଥିଲି। ଆଉ ଏହା ଶୁଣିବା ପରେ ଅସଦ ଏକାଥରେ ରାଜି ହୋଇ ଯାଇଥିଲେ। ଆଉ ତାଙ୍କ ବିବାହ ଖୁବ୍‌ ଧୁମଧାମରେ ହୋଇଥିଲା। ଏବେ ଏମାନଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏମାନଙ୍କୁ ଟ୍ରୋଲ୍‌ କରାଯାଇଛି। କେହି କେହି ଏମାନଙ୍କୁ ପତ୍ନୀପତି ବଦଳରେ ଭଉଣୀଭାଇ ବୋଲି କହିଛନ୍ତି।

Share