Categories: ଫୁରସତ

ପ୍ରେମ ବିବାହକୁ ରାଜିହେଉନାହାନ୍ତି କି ପରିବାର ଲୋକେ? ମନାଇବା ପାଇଁ ଜାଣନ୍ତୁ କିଛି ଟିପ୍ସ

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ବପ୍ନ ଥାଏ। ତେବେ ସବୁ ସ୍ବପ୍ନ ଭିତରୁ ବାହାଘରରେ ଘର ଲୋକଙ୍କ ଉପସ୍ଥିତି ଅନ୍ୟ ଏକ ଆଶା। ଯଦି କୌଣସି କାରଣବଶତଃ ପରିବାରରୁ କେହି ବିବାହରେ ସାମିଲ ହୋଇ ନ ପାରନ୍ତି, ତେବେ ଅନେକ କଷ୍ଟ ଲାଗିଥାଏ। ତେବେ ଏପରି କିଛି ବିବାହ ମଧ୍ୟ ହୋଇଥାଏ, ଯେଉଁଠି ଘରଲୋକଙ୍କ ବିନା ସହମତିରେ ବରକନ୍ୟା ରାଜିହୋଇ ବିବାହ କରିଥାନ୍ତି; ଯେଉଁଥିରେ ମାତାପିତା ଉପସ୍ଥିତ ମଧ୍ୟ ରହି ନ ଥାଆନ୍ତି। ତେବେ ପ୍ରେମ ବିବାହରେ ଯଦି ପରିବାର ଲୋକେ ରାଜି ହେଉନାହାନ୍ତି, ସେମାନଙ୍କୁ ରାଜି କରିବା ପାଇଁ ଜାଣନ୍ତୁ କିଛି ଟିପ୍ସ ସମ୍ପର୍କରେ…

-ଘରେ ବିବାହ ସମ୍ପର୍କରେ କୌଣସି କଥା ଉଠିବା ମାତ୍ରେ ନିଜର ମନ କଥା ଘରର ସବୁଠୁ ପ୍ରିୟ ବ୍ୟକ୍ତିଙ୍କୁ ଜଣାନ୍ତୁ।

– ମା’ବାପା ଜାଣିବା ପରେ ଯଦି ଏହି କଥାକୁ ନେଇ କୌଣସି ପାଟିତୁଣ୍ଡ କରନ୍ତି ନ ରାଗି ଚୁପ୍‌ ରୁହନ୍ତୁ। କାରଣ ସେମାନଙ୍କ ରାଗ କେଇ ମିନିଟ୍‌ରେ ଶାନ୍ତ ହୋଇଯାଏ। ପରେ ପ୍ରେମିକା ବା ପ୍ରେମିକର ଭଲଗୁଣ ସମ୍ପର୍କିତ ଏକ ଚିଠି ବାପାଙ୍କ ତକିଆ ତଳେ ରଖି ଦିଅନ୍ତୁ। ଯଦି ଘରେ ବା ପଡ଼ୋଶୀରେ ସେହିପରି କାହାର ବିଭାଘର ହୋଇଥାଏ ବା ସେମାନେ ବର୍ତ୍ତମାନ ଖୁସିରେ ଥାଆନ୍ତି, ତାହାର ଉଦାହରଣ ଦେବାକୁ ଚିଠିରେ ଆଦୌ ଭୁଲନ୍ତୁ ନାହିଁ।

Share