Categories: ଜାତୀୟ

ପ୍ରେମ ପାଇଁ ଛାଡ଼ିଲେ ବନ୍ଧୁକ: ମାଓବାଦୀ ସଂଗଠନକୁ ପଛରେ ପକାଇ କଲେ ବିବାହ

ବସ୍ତର,୨।୩: ପ୍ରେମ କୌଣସି ପ୍ରତିବନ୍ଧକ ମାନେନା। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମାଓବାଦୀ ସଂଗଠନରେ କାମ କରୁଥିବା ପ୍ରେମୀଯୁଗଳ। ମାଓବାଦୀ ସଂଗଠନରେ ପ୍ରେମ ଅବା ବିବାହ କରିବା ମନା। ତେବେ ଏହି ପ୍ରେମୀ ଯୁଗଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମାଡ଼ା ମଡ଼କାମି ଏବଂ ତାଙ୍କ ପ୍ରେମିକା କୁହରାମି ଆୟତେଙ୍କ ଉପରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମାଡ଼ା କଟେକଲ୍ୟାଣ ବ୍ଲକ୍‌ର ମୁନଗା ଗାଁର ବାସିନ୍ଦା। ସେହିପରି ପ୍ରେମିକାରୁ ସ୍ତ୍ରୀ ପାଲଟିଥିବା କୁହରାମି ସୁକମା ଜିଲା ମେଟାପାଲ ଗାଁରେ ବାସ କରନ୍ତି ବୋଲି ଦନ୍ତଓ୍ବାଡ଼ା ଏସ୍‌ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। କୁହରାମି ୨୦୧୮ ଅଗଷ୍ଟରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଏହାପରେ ସୁଯୋଗ ଦେଖି ୨୦୧୯ ଡିସେମ୍ବରରେ ଆତ୍ମସପର୍ମଣ କରିଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଏସ୍‌ପି ଜାଣି ପାରିଥିଲେ। ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ୍‌ କରାଇବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା। ଏବେ ସେମାନେ ସ୍ତ୍ରୀ-ସ୍ବାମୀଭାବେ ଜୀବନ ସାରା ରହିବାକୁ ପରସ୍ପରକୁ ପ୍ରତିଶ୍ରୁତି ଦେଇଛନ୍ତି।

Share