ପ୍ରେମ ଆଗରେ ହାର ମାନିଲା କରୋନା ଭୁତାଣୁ: ପ୍ରେମିକଙ୍କୁ ବିବାହ ପାଇଁ ଭାରତରେ ପହଞ୍ଚିଲେ ଚାଇନା ଯୁବତୀ

ମନ୍ଦସୌର,୧।୨: କରୋନା ଭୁତାଣୁ ନେଇ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ତେବେ ପ୍ରେମ ଆଗରେ ଏହି ଭୁତାଣୁ ହାର୍‌ ମାନିଛି। ଚାଇନାର ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ବିବାହ କରିବା ଲାଗି ଆସି ଭାରତର ମଧ୍ୟପ୍ରଦେଶର ମନ୍ଦସୌରରେ ପହଞ୍ଚିଛନ୍ତି। ତାଙ୍କ ସହିତ ପରିବାର ସଦସ୍ୟ ମଧ୍ୟ ଭାରତ ଆସିଛନ୍ତି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଚାକିରି କରୁଥିବା ଯୁବକ ସତ୍ୟାର୍ଥ ମୌର୍ସଙ୍କୁ ବିବାହ କରିବା ଲାଗି ଚାଇନାର ଜି ହାୟୋ ଡୋରା ଏଠାକୁ ଆସିଛନ୍ତି। ଡୋରା ଚାଇନାର ଡଜିୟୋଙ୍ଗ୍‌ ସହରରେ ବାସ କରନ୍ତି। ଡୋରା ଏବଂ ସତ୍ୟାର୍ଥଙ୍କ ମଧ୍ୟରେ ଦୀର୍ଘ ଦିନର ପରିଚୟରୁ ପ୍ରେମ ଆରମ୍ଭ ହୋଇଥିଲା। ପରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ।

Share