Categories: ଫୁରସତ

ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରଖେ ଏହି ଓ୍ବାଟର ଫଲ୍‌…

ଭାରତରେ ରହିଛି ଅନେକ ଅଲୌକିକ ଗାଥା ବହନ କରୁଥିବା ଦର୍ଶନୀୟ ସ୍ଥାନ। ସେଥିମଧ୍ୟରୁ ମଧ୍ୟପ୍ରଦେଶର ଶିବପୁରାରେ ରହିଛି ଭଦୈୟା କୁଣ୍ଡ ଓ୍ବାଟର ଫଲ୍‌। ବିଶ୍ୱାସ ରହିଛି ଏଠାରେ ସ୍ନାନ କରୁଥିବା ଦମ୍ପତ୍ତି ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ ରହିଥାଏ । ସେଥିପାଇଁ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ । ତେବେ ଏଠାରେ ବର୍ଷା ଦିନେ ଅଧିକ ଗହଳି ହୋଇଥାଏ । ଦାମ୍ପତ୍ୟ ଜୀବନରେ ବିବାଦ ଲାଗିରହିଥିବା ଅନେକ ଦମ୍ପତ୍ତିି ଏଠାରେ ସ୍ନାନ କରି ସୁଫଳ ପାଇଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି। ପଥର ଚଟାଣ ତଳୁ ଆସୁଥିବା ଏକ ପାହାଡ଼ି ଝରଣାରୁ ଏହି ଓ୍ବାଟରଫଲ୍‌ ସୃଷ୍ଟି ହୋଇଛି। ଖରାଦିନେ ଏଥିରେ ଖୁବ୍‌ କମ୍‌ ପାଣିଥାଏ। ମାତ୍ର ବର୍ଷା ଦିନେ ଝରଣାର ଜଳ ସ୍ରୋତ ଅଧିକ ଥାଏ।

Share