ପ୍ରେମୀକାଙ୍କ ସ୍କଟ ପିନ୍ଧା ପସନ୍ଦ ନ ଥିଲା ଏହି ସୁପରଷ୍ଟାରଙ୍କୁ

ମୁମ୍ବାଇ: ବଲିଉଡ୍‌ ଦୁନିଆର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଆଜି ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କର ଅଭିନୟ ଆଜିବି ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ। ୨୯ ଡିସେମ୍ବର ୧୯୪୨ରେ ଅମୃତସରରେ ଜନ୍ମ ନେଇଥିବା ରାଜେଶ ଖାନ୍ନାଙ୍କ ପ୍ରକୃତ ନାଁ ଥିଲା ଜତିନ ଖାନ୍ନା। ରାଜେଶଙ୍କ ଦାଦା ଚାହୁଁଥିରେ ସେ ଫିଲ୍ମରେ କାମ କରନ୍ତୁ ତେଣୁ ସେ ଫିଲ୍ମକୁ ଆସିବା ପୂର୍ବରୁ ଦାଦା ଜତିନଙ୍କ ନାଁ ପରିବର୍ତ୍ତନ କରି ରାଜେଶ ରଖିଦେଇଥିଲେ। ଆଉ ସେବେଠାରୁ ସେ ରଜେଶ ନାଁରେ ପରିଚିତ ହୋଇଥିଲେ। ରାଜେଶ ଖାନ୍ନା ବଲିଉଡ୍‌ର ଏକମାତ୍ର ଅଭିନେତା ଯିଏ ନିଜ କ୍ୟାରିୟର ପାଇଁ ଷ୍ଟ୍ରଗଲ କରୁଥିବା ବେଳେ ଅଡିଶନ ଦେବାକୁ ସ୍ପୋର୍ଟସ କାରରେ ଆସିଥିଲେ। ୭୦ ଦଶକରେ ଲଗାତାର ୧୫ ଟି ଫିଲ୍ମ ଭେଟିଦେଇ ସେ ବନି ଯାଇଥିଲେ ଆଗଧାଡିର ନାୟକ। ଏଥିମଧ୍ୟରୁ ଅନେକ ଫିଲ୍ମ ହିଟ୍‌ ମଧ୍ୟ ହୋଇଥିଲା। ଆରାଧନା, ଦୋ ରାସ୍ତେ, ଖାମୋସି, ସଚ୍ଚା ଝୁଠା, ଗୁଡ୍ଡି, କଟି ପତଙ୍ଗ, ଶଫର, ଅମର ପ୍ରେମ୍‌ ଆଦି ହିଟ୍‌ ଫିଲ୍ମ ଆଜିବି ଦର୍ଶକଙ୍କ ମନରେ ଅପାସୋରା ହୋଇ ରହିଛି। ଏବେବି ତାଙ୍କ ଫେମଶ୍‌ ଡାଏଲଗ ‘ପୁଷ୍ପା.. ଆଇ ହେଟ୍‌ ଟିୟର୍ସ’ ସେମିତି ଜୀବନ୍ତ ହୋଇ ରହିଛି। ରାଜେଶଙ୍କ ଦମ୍‌ଦାର ଅଭିନୟ ଯୋଗୁ ସେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାରର ଗୌରବ ମଧ୍ୟ ଅର୍ଜନ କରିଥିଲେ। ରାଜେଶଙ୍କ ପର୍ସନାଲ ଲାଇଫ କଥା ଯଦି ଚିନ୍ତା କରିବା ତେବେ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କ ସମ୍ପର୍କ ସେ ସମୟରେ ଖୁବ୍‌ ଚର୍ଚ୍ଚାରେ ଥିଲା। ବେଶ୍‌ କିଛିଦିନର ପ୍ରେମ ସମ୍ପର୍କ ପରେ ଉଭୟ ରିଲେସନଶିପରେ ରହିଥିଲେ। ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏକ ସାକ୍ଷାତ୍‌କାରରେ ଅଞ୍ଜୁ କହିଥିଲେ ତାଙ୍କର ସ୍କଟ ପିନ୍ଧିବା ରାଜେଶଙ୍କୁ ଆଦୌ ପସନ୍ଦ ନୁହେଁ। ଏହା ବ୍ୟତୀତ ରାଜେଶ ବହୁତ ମୁଡ୍ଡି ହୋଇଥିବାରୁ ତାଙ୍କ ସହ ଜୀବନ କାଟିବା ଅସମ୍ଭବ। କାରଣ ରାଜେଶ ଛୋଟ ଛୋଟ କଥାରେ ବି ବହୁତ ରାଗିଯାଆନ୍ତି। ତେଣୁ ସେ ରାଜେଶଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଦୀର୍ଘ ୭ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ଅଲଗା ହୋଇଯିବାରୁ ରାଜେଶ ତୁରନ୍ତ ବଲିଉଡ୍‌ ନାୟିକା ଡିମ୍ପଲ କାପାଡିଆଙ୍କୁ ବିବାହ କରିଥିଲେ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri