Categories: ଜାତୀୟ

ପ୍ରେମିକ ସହ ଫୋନ୍‌ରେ କଥା ହେଉଥିବା ଦେଖି ଝିଅର ଚୁଟିକାଟି ହାତୁଡ଼ିରେ ହାତପାଦ ଛେଚିଲେ ପିତା

ବରେଲି,୯।୬: ଉତ୍ତର ପ୍ରଦେଶର ବରେଲିରେ ଏକ ଲୋମ ଟାଙ୍କୁର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଇଜ୍ଜତନଗରରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିବା ଦେଖିବା ପରେ ତାଙ୍କ ପିତା ଓ ଭାଇ ପ୍ରଥମେ ତାଙ୍କୁ ଘରେ ବନ୍ଦ କରି ରଖିଥିଲେ। ପରେ ସେ ଶୌଚ ହେବା ବାହାନାରେ ବାହରକୁ ଆସିବାକୁ ଚାହିଁ ଥିଲେ। ଏଥିପାଇଁ ତାଙ୍କୁ ଅନୁମତି ମିଳିଥିବା ବେଳେ ଯୁବତୀ ଜଣକ ସେଠାରୁ ବାହରକୁ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ପିତା ଓ ଭାଇ ମିଶି ଯୁବତୀଙ୍କ ଚୁଟି କାଟିଦେବା ସହ ହାତଗୋଡ଼କୁ ହାତୁଡିରେ ଛେଚି ପକାଇଥିଲେ। ଫଳରେ ଯୁବତୀ ଜଣଙ୍କ ପ୍ରାଣ ବିକଳରେ ଗାଁ ରାସ୍ତାରେ କିଛି ବାଟ ଦୌଡିବା ପରେ ବେହାସ୍‌ ହୋଇ ପଡିଯାଇଥିଲେ। ସେଠାକାର ଜଣେ ସମାଜସେବୀ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସରେ ଏ ସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି। ତେବେ ହାତୁଡି ମାଡରେ ତାଙ୍କ ହାତ ଓ ଗୋଡ଼ର ହାଡ଼ ଭାଙ୍ଗି ଯାଇଥିବା କୁହାଯାଉଛି।

Share