ପ୍ରେମିକ ରାଜା ହତ୍ୟାକାରୀ: ବିବାହ କରିବାକୁ ଅମଙ୍ଗ ହେବାରୁ ନୀହାରିକାଙ୍କୁ ହତ୍ୟା

ଜଗତ୍‌ସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପ୍ରେମିକ ତଥା ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲ(ରାଜା) ହିଁ ହତ୍ୟାକାରୀ। ଏନେଇ ଶନିବାର ଜଗତ୍‌ସିଂହପୁର ଏସ୍‌ପି ଆର୍‌. ପ୍ରକାଶ ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିବାହ କରିବାକୁ ନୀହାରିକା ଅମଙ୍ଗ ହେବାରୁ ରାଜା ତାଙ୍କୁ ହତ୍ୟା କରିଛନ୍ତି। ରାଜା ୮ ତାରିଖରେ ନୀହାରିକାଙ୍କୁ ସେ କାମ କରୁଥିବା ନର୍ସିଂହୋମ୍‌ରୁ ନେଇ ଯାଇଥିଲେ। ସେଠାରୁ ସେମାନେ ଚାଉଳିଆଗଞ୍ଜରେ ରହୁଥିବା ରାଜାଙ୍କ ବନ୍ଧୁ ଘରକୁ ଯାଇଥିଲେ। ତେବେ ସେଠାରେ ହତ୍ୟା କରିବା ପରେ ରାଜା ନୀହାରିକାଙ୍କୁ ଏକ ଅଖାରେ ପୂରାଇ ବାଇକ୍‌ରେ ଲଦି ବିଲୁଆଖାଇ ନଦୀପଠାରେ ଫିଙ୍ଗି ଦେଇଥିଲେ। ଘଟଣା ପରଠାରୁ ସେ ଫେରାର ହୋଇ ଯାଇଥିଲେ। ନୀହାରିକା ନିଖୋଜ ନେଇ ପରିବାରଲୋକେ ୯ ତାରିଖରେ ଥାନାରେ ଏତଲା ଦେଇଥିଲେ। ଏହାପରେ ଗତ ୧୭ ତାରିଖରେ ନୀହାରିକାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା।