Categories: ଜାତୀୟ

ପ୍ରେମିକାଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍‌ କରି ଧରାପଡିଲେ ବିଏସପି ନେତା

ଆଲିଗଡ, ୨୮।୫: ପ୍ରେମିକାଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍‌ କରି ପୋଲିସ ହାତରେ ଧରାପଡିଛନ୍ତି ବିଏସପି ନେତା ଫିରୋଜ ଆଲମ। ଉତ୍ତର ପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟି କର୍ମଚାରୀଙ୍କୁ ହାତ କରି ପ୍ରଶ୍ନପତ୍ର ଲିକ୍‌ କରିବାକୁ ଚାହୁଁଥିଲେ ବୋଲି ପୋଲିସ ଆଗରେ ସ୍ବୀକାର କରିଛନ୍ତି ଆଲମ। ସୂଚନାଯୋଗ୍ୟ, ବିଏସପିର ଜଣାଶୁଣା ନେତା ଆଲମଙ୍କ ପ୍ରେମିକା ଏମବିଏ କୋର୍ସ କରୁଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଯୋଗାଡ କରି ଦେବାକୁ ପ୍ରେମିକାଙ୍କ ଆଗରେ ପ୍ରତିଜ୍ଞା କରିଥିଲେ ଆଲମ। ପ୍ରଥମେ ଆଲମ ନିଜ ସାଙ୍ଗ ହାଇଦରଙ୍କ ସହ ମିଶି ଆଲିଗଡ ମୁସଲିମ ୟୁନିଭରସିଟ ଜଣେ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରାଇଦେବା ଲୋଭ ଦେଖାଇ ପ୍ରଶ୍ନପତ୍ର ଆଣିବାକୁ କହିଥିଲେ। ଚାକିରୀ ସହ ପ୍ରତି ପେପର ପିଛା ୨ ଦୁଇ ଟଙ୍କା ଦେବୁ ବୋଲି ଉକ୍ତ କର୍ମଚାରୀଙ୍କୁ କହିଥିଲେ। ପୋଲିସ ଏନେଇ ସୁରାଗ ପାଇବା ପରେ ହାଇଦର ଏବଂ ଆଲମଙ୍କୁ ଗିରଫ କରିଛି।

Share