ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ମୁଜଫରନଗର, ୨୦।୫: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଚାଞ୍ଜଲ୍ୟକର ଘଟଣା ଘଟିଛି। ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ପିଟପିଟି ହତ୍ୟା କରିଛନ୍ତି ସ୍ତ୍ରୀ। ହତ୍ୟାର ୧୫ ଦିନ ପରେ ଏକ ନାଳରୁ ପୋଲିସ ହରିଶ୍‌(୩୧)ଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ସ୍ତ୍ରୀ, ପ୍ରେମିକ ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ହରିଶ୍‌ଙ୍କ ସ୍ତ୍ରୀ ଶିବାନୀଙ୍କ ସମ୍ପର୍କ ଶିବୁ ନାମକ ଜଣେ ବ୍ୟକ୍ତିଙ୍କ ସହ ଥିଲା। ଏହାର ପ୍ରତିବାଦ କରିବାରୁ ହରିଶ୍‌ଙ୍କୁ ଜୀବନରୁ ପିଟିପିଟି ମାରିଦେଇଥିଲେ। ଏଥିରେ ଶିବାନୀଙ୍କୁ ସହାୟତା ଦେଇଥିଲେ ତାଙ୍କ ପ୍ରେମିକ ଏବଂ ଭିଣେଇ। ଘଟଣା ପରେ ହରିଶ୍‌ଙ୍କ ମା’ ଥାନାରେ ଏତଲା ଦେଇଥିଲେ। ପୋଲିସ ବହୁ ଖୋଜାଖୋଜି ପରେ ସ୍ଥାନୀୟ ଏକ ନାଳରୁ ହରିଶ୍‌ ମୃତଦେହ ମିଳିଥିଲା।

Share