ପ୍ରେମିକଙ୍କୁ ଝୁରୁଛନ୍ତି ଶିଳ୍ପାଙ୍କ ଭଉଣୀ

ବମ୍ବେ: ପ୍ରେମିକ ରାକେଶ ବାପତଙ୍କ ଝୁରୁଛନ୍ତି ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ। ବିଗ୍‌ ବସ୍‌ ୧୫ ଓଟିଟି ପରେ ସିଜନ୍‌ ୧୫ର ଘରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ସମିତା। ଓଟିଟି ଘରେ ରାକେଶଙ୍କ ସହ ସମିତାଙ୍କ ଯୋଡ଼ି ଜମିଥିଲା। ଏବେ ତାଙ୍କୁ ଛାଡ଼ି ଏକା ବିଗ୍‌ବସ୍‌ ଘରକୁ ଆସିଛନ୍ତି ସମିତା।

ମଙ୍ଗଳବାର ଦେଖାଯାଇଥିବା ଏପିସୋଡରେ ଅନ୍ୟତମ ପ୍ରତିଯୋଗୀ ଜୟ ଭାନୁଶାଳୀ ସମିତାଙ୍କୁ ଲାଜେଇ ବଧୂ ଭାବେ ରାକେଶଙ୍କ ପାଇଁ କିଛି ବାର୍ତ୍ତା ଦେବାକୁ କହିଥିଲେ। ସମିତା କ୍ୟାମେରା ଆଡକୁ ଅନାଇ ଲାଜରେ ସରସର ହୋଇ ‘ଆହୋ, ଆଇକା ନା..’ ବୋଲି କହିଥିଲେ। ଏହାର ଅର୍ଥ ହେଉଛି ‘ଶୁଣ ନା..’। ଏହି ସମୟରେ ପ୍ରତିଯୋଗୀ ତେଜସ୍ବୀ ପ୍ରକାଶ ତାଙ୍କୁ ସକାଳେ ପୋହା ପ୍ରସ୍ତୁତ କରିବାକୁ ହେବ ବୋଲି କହିଥିଲେ। ଯାହାକୁ ଶୁଣି ସମିତା ଲାଜେଇ ଯାଇଥିଲେ।

ମୋଟାମୋଟି ଭାବେ ଦେଖିଲେ ନୂଆ ନୂଆ ଆରମ୍ଭ ହୋଇଥିବା ସମିତା-ରାକେଶଙ୍କ ପ୍ରେମକାହାଣୀରେ ବ୍ରେକ୍‌ ଲଗାଇଛି ବିଗ୍‌ ବସ୍‌। ଶୋ’ରେ ସାମିଲ ହେବା କାରଣରୁ ଉଭୟଙ୍କୁ ଅଲଗା ହେବାକୁ ପଡ଼ିଛି। ରାକେଶ ବାହାରେ ଥାଇ ସମିତାଙ୍କୁ ସମର୍ଥନ କରୁଛନ୍ତି। ସେହିଭଳି ସମିତା ଅନେକ ସମୟରେ ରାକେଶଙ୍କୁ ମନେ ପକାଉଥିବା ଦେଖାଯାଉଛି।

Share