ପ୍ରେମରେ ପଡିଛନ୍ତି ‘ପୁଷ୍ପା’ ଫେମ୍‌ ରଶ୍ମିକା

ସାଉଥ ସିନେମା ସୁପରଷ୍ଟାର୍‌ ରଶ୍ମିକା ମନ୍ଦାନା ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହସ ହସ ଚେହେରା ଦର୍ଶକଙ୍କୁ ପସନ୍ଦ ଆସିଥାଏ। ‘ପୁଷ୍ପା’ ଫିଲ୍ମରେ ଚମତ୍କାର ଅଭିୟନ କରି ନ୍ୟାଶନାଲ୍‌ କ୍ରଶ୍‌ ପାଲଟିଥିଲେ ସେ। ଏବେ ସେ ପ୍ରେମରେ ପଡିଛନ୍ତି। ରଶ୍ମିକା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍‌ ବିଜୟ ଦେବରକୋଣ୍ଡାଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ଦୁହେଁ ଚଳିତ ବର୍ଷ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି। ଯଦିଓ ଉଭୟ ରଶ୍ମିକା ଏବଂ ବିଜୟ ଏନେଇ କୌଣସି ଖେଶଲାଖୋଲି ମତ ରଖିନାହାନ୍ତି। କିନ୍ତୁ ଏହି ଖବରକୁ ଏଡାଇ ମଧ୍ୟ ଯାଇନାହାନ୍ତି।
ରକ୍ଷିତ୍‌ଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ରଶ୍ମିକା ବହୁତ ଡିପ୍ରେସନ୍‌ରେ ଥିଲେ। ସେହି ସମୟ ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ଏଭଳି ପରିସ୍ଥିତିରେ ସେ ବିଜୟ ଦେବରାକୋଣ୍ଡାଙ୍କୁ ଭେଟିଥିଲେ। ସେମାନେ ଏକାଠି ଗୀତା ଗୋବିନ୍ଦମ ଏବଂ ଡିୟର୍‌ କମ୍ରେଡ୍‌ ଭଳି ଫିଲ୍ମ କରିଥିଲେ। ଏହି ଫିଲ୍ମଗୁଡିକରେ ସେମାନଙ୍କର ଚମତ୍କାର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ବାସ୍ତବ ଜୀବନରେ ମଧ୍ୟ ଉଭୟ ପ୍ରେମରେ ପଡିଥିଲେ।

Share