ପ୍ରେମରେ ପଡିଲେ ହୁମା

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ଏବେ ପୁଣି ଏକ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଯୋର ଧରିଛି। କାରଣ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ଏବେ ଜଣେ ନିର୍ଦ୍ଦେଶକଙ୍କ ପ୍ରେମରେ ପଡିଥିବା କୁହାଯାଉଛି। ସେ ହେଉଛନ୍ତି ‘ପତି ପତ୍ନୀ ଔର ଓ୍ବ’ର ନିର୍ଦ୍ଦେଶକ ମୁଦ୍ଦସର ଅଜିଜ। ଏବେ ଜଣାପଡିଛି ଯେ ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି। କାରଣ ନିକଟରେ ହୁମା ଏମିତି କିଛି ଫଟୋ ଶେୟାର କରିଥିଲେ ଯେଉଁଥିରେ ମୁଦ୍ଦସରଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏମାନଙ୍କ ମଧ୍ୟରୁ କେହି ଏହାକୁ ଖୋଲାଖୋଲି କହି ନ ଥିବା ବେଳେ ନିକଟରେ ମୁଦ୍ଦସରଙ୍କ ଜନ୍ମଦିନରେ ହୁମାଙ୍କୁ ଦେଖିବାକୁ ମିଳିଥିଲା। ଆଉ ସେଠାରେ ସେ ରିଲେସନଶିପରେ ଥିବା କଥା କହିଥିଲେ। ହେଲେ କାହା ସହ ତାହା ସେ ସ୍ପଷ୍ଟ କରି ନ ଥିଲେ। ଏହାସହ ନିକଟରେ ହୁମା ମଧ୍ୟ ଏକ ରୋମାଣ୍ଟିକ୍‌ ପୋଷ୍ଟ କରିବା ପରେ ଅନୁମାନ କରାଯାଉଛି କି ହୁମା ନିଶ୍ଚିତ ଭାବେ ପ୍ରେମରେ ପଡିଛନ୍ତି।

Share