ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍‌ ହେଲେ ରାକ୍ଷୀ

ନୂଆଦିଲ୍ଲୀ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୋସିଆଲ୍‌ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି। ଦର୍ଶକ କୁହନ୍ତି ମୋଷ୍ଟ୍‌ କଣ୍ଟ୍ରୋଭର୍ସିଆଲ୍‌ ପର୍ସନ୍‌ ହେବାକୁ ରାକ୍ଷୀ କିଛି ବି କରିପାରନ୍ତି। ତେଣୁ ସୋସିଆଲ ମିଡିଆରେ ଲଗାତର ରାକ୍ଷୀଙ୍କ ଅଜବ-ଗଜବ ଭିଡିଓ ସବୁ ଦେଖିବାକୁ ମିଳିଥାଏ। ଗତ ଅଗଷ୍ଟରେ ହଠାତ୍‌ ନିଜକୁ ବିବାହିତା ଘୋଷଣା କରିଥିବା ରାକ୍ଷୀ ସାଓ୍ବନ୍ତ ଏବେ ପ୍ରେଗ୍ନେଣ୍ଟ ଥିବା କହୁଛନ୍ତି। ନିଜକୁ ପ୍ରେଗ୍ନେଣ୍ଟ୍‌ କହି ଇନ୍‌ଷ୍ଟାଗ୍ରାମରେ ଏକ ଫନୀ ଭିଡିଓ ଶେୟାର କରିଛନ୍ତି। ଏନେଇ ସୋସିଆଲ ମିଡିଆରେ ୟୁଜର୍ସ କରିଛନ୍ତି ରାକ୍ଷୀଙ୍କୁ ଟ୍ରୋଲ୍‌। ଗତ ଅଗଷ୍ଟରେ ରାକ୍ଷୀ ବିବାହ କରିଥିବା କହି ହଠାତ ମୁଣ୍ଡରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ପିନ୍ଧି ଆସିଥିଲେ। ହେଲେ ସେ ଆଜିଯାଏଁ ନିଜ ସ୍ବାମୀଙ୍କୁ ଲୁଚାଇ ରଖି କଣ୍ଟ୍ରୋଭର୍ସିରେ ରହୁଛନ୍ତି। ରାକ୍ଷୀଙ୍କ କହିବା ଅନୁସାରେ, ସେ ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି ଓ ବ୍ୟକ୍ତିଗତ ଜୀବନକୁ ଅଲଗା ରଖିବାଲାଗି ତାଙ୍କ ସ୍ବାମୀ କ୍ୟାମେରା ସାମ୍ନାକୁ ଆସିବାକୁ ଚାହାନ୍ତି ନାହିଁ।

Share