ପ୍ରୀତି ବନ୍ଧନ

ପ୍ରେମରେ ବି ପ୍ରତିଯୋଗିତା। ନିଜ ପ୍ରେମିକାକୁ ହାସଲ କରିବାକୁ ହେଲେ ପ୍ରେମିକକୁ ବେଳେବେଳେ ପରୀକ୍ଷା ଦେବାକୁ ପଡିଥାଏ। ଠିକ୍‌ ସେହିଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ନେକ୍ସଟ୍‌ ଡୋର୍‌ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଆସନ୍ତା ମାସରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏକ ନିଛକ ଓଡ଼ିଆ ଘରର କାହାଣୀକୁ ନେଇ ଚିତ୍ରଟିକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର ଝଲକ ରହିଛି। ପ୍ରଶାନ୍ତ କୁମାର ନାୟକ ଓ ନରେନ୍ଦ୍ର ପାତ୍ର ଏହାର ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ଅଭିନେତା-କମ୍‌-ନିର୍ଦ୍ଦେଶକ ରାଶେସ ମହାନ୍ତି (ସିଲୁ)। ସଙ୍ଗୀତ ଭାର ସମ୍ଭାଳିଛନ୍ତି ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୃତି ଆର୍‌ ଓ ସୁଧାକର ବସନ୍ତ। ସମ୍ବିତ, ତମନ୍ନା ଓ ତୃପ୍ତି, ପୁଷ୍ପା ପଣ୍ଡା, ପୃଥ୍ବୀରାଜ ନାୟକ, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍‌, ସର ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତାଙ୍କୁ ଏଥିରେ ଦେଖିବାକୁ ମିଳିବ। ଫିଲ୍ମଟିର କ୍ରିଏଟିଭ ହେଡ ଏବଂ ମିଡିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ।

Share