Categories: ଜାତୀୟ

ପ୍ରିୟଙ୍କା କଂଗ୍ରେସ ଅଧ୍ୟକ୍ଷ ପାଇଁ ଜଣେ ଆଦର୍ଶ ପ୍ରାର୍ଥୀ: ଅମରିନ୍ଦର

ଚଣ୍ଡିଗଡ଼,୨୯।୭: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଙ୍କକଷା ଛିଣ୍ଡି ପାରି ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିଁ ଏହି ପଦ ପାଇଁ ଜଣେ ଆଦର୍ଶ ପ୍ରାର୍ଥୀ ବୋଲି ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଛନ୍ତି। ହେଲେ ଏହା କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲୁସି) ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜଣେ ଯୁବନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦେବାକୁ ଚାହୁଁଥିବା ବେଳେ ପ୍ରିୟଙ୍କା ଏଥିପାଇଁ ଉପଯୁକ୍ତ ବୋଲି ଅମରିନ୍ଦର କହିଛନ୍ତି। କାରଣ କଂଗ୍ରେସର ଏହି ସଙ୍କଟ ସମୟରେ ଯୁବବର୍ଗଙ୍କ ସହ ସିଧାସଳଖ ପ୍ରିୟଙ୍କା ହିଁ ଯୋଗାଯୋଗ କରିପାରିବେ ବୋଲି ସେ ମତ ରଖିଛନ୍ତି।

Share