Categories: ଜାତୀୟ

ପ୍ରିୟଙ୍କାଙ୍କୁ ମୁକ୍ତ କରିବାରେ ବିଳମ୍ବ ହେବା ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରିବା ଅପରାଧରେ ଗିରଫ ହୋଇଥିବା ଭାଜପା କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ ମୁକ୍ତ କରିବାରେ ବିଳମ୍ବ ହେବା ମାମଲାରେ ଦାୟର କରାଯାଇଥିବା ଅବମାନନା ମାମଲାରେ ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ପ୍ରିୟଙ୍କା ମମତାଙ୍କର ଏକ ବିବାଦୀୟ ଫଟୋ ପୋଷ୍ଟ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ ସୁଦ୍ଧା ଏହା ତୁରନ୍ତ କାର୍ଯ୍ୟକାରୀ ହୋଇ ନ ଥିଲା।

Share