ପ୍ରିନ୍ସ ହ୍ୟାରୀ, ମେଘନ ମାର୍କେଲଙ୍କ ସୁରକ୍ଷା ଖର୍ଚ୍ଚ ଉଠାଇବାକୁ ମନାକଲା ଆମେରିକା !

ଓ୍ବାଶିଂଟନ, ୩୦।୩: କରୋନା ସଂକ୍ରମଣର ଲଗାତାର ବୃଦ୍ଧିକୁ ଦେଖି ବ୍ରିଟେନ ରାଜ ପରିବାରର ପ୍ରିନ୍ସ ହ୍ୟାରୀ ଓ ମେଘନ ମାର୍କେଲ ନିକଟରେ କାନାଡାରୁ କାଲିଫର୍ନିଆ ଚାଲି ଆସିଥିବା କୁହାଯାଉଛି। ଏହାକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି ଏହି ରାଜ ଦମ୍ପତିଙ୍କ ସୁରକ୍ଷା ଖର୍ଚ୍ଚ ଆମେରିକା ବହନ କରିବ ନାହିଁ। ଟ୍ରମ୍ପ ରବିବାର ଟୁଇଟ୍‌ କରି କହିଛନ୍ତି, ମୁଁ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କର ପ୍ରଶଂସକ। ତାଙ୍କୁ ସମ୍ମାନ କରେ। ରାଜ ପରିବାରରୁ ଅଲଗା ହୋଇ କାନାଡାରେ ରହୁଥିବା ପ୍ରିନ୍ସ ହ୍ୟାରୀ ଓ ତାଙ୍କ ଧର୍ମପତ୍ନୀ ମେଘନ ମାର୍କେଲ କାଲିଫର୍ନିଆ ଆସିଥିବା ଜଣାପଡିଛି। ହେଲେ ଆମେରିକା ତାଙ୍କର ସୁରକ୍ଷା ଖର୍ଚ୍ଚ ବହନ କରିପାରିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଏହି ରାଜ ଦମ୍ପତି ରାଜ ପରିବାରରୁ ଅଲଗା ହୋଇ କାନାଡାରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

Share