ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଘୋଷଣା କରିସାରିଲେଣି। ଯେଉଁସବୁ ସ୍ଥାନରେ ଦଳଗୁଡ଼ିକ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ସେଠାରେ ପ୍ରଚାର କାର୍ଯ୍ୟ ଜୋରଦାର ହେବାରେ ଲାଗିଛି। ହେଲେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବେ ଉଭୟ ପ୍ରାର୍ଥୀ ଏବଂ କର୍ମୀଙ୍କୁ ଅଡୁଆ ପରିସ୍ଥିତିରେ ପକାଇଛି। ଅସହ୍ୟ ଗରମ କାରଣରୁ ପ୍ରାର୍ଥୀମାନେ ଠିକଣା ଢଙ୍ଗରେ ପ୍ରଚାର କରିପାରୁନାହାନ୍ତି। ଲୋକମାନେ ମଧ୍ୟ ପ୍ରବଳ ଖରା କାରଣରୁ ବାହାରକୁ ବାହାରିବାକୁ ନାରାଜ। ଅନ୍ୟପଟେ ଯଦି କୌଣସି କାରଣରୁ ଖରାରେ ନିର୍ବାଚନୀ ରାଲି କିମ୍ବା ଜନସଭା ଆୟୋଜନ କଲେ କାହାର କିଛି ଅସୁବିଧା ହୁଏ ଏଥିଲାଗି ଦାୟୀ କିଏ ରହିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ଏହାରି ଭିତରେ ଖରା କାରଣରୁ ରାଜନୈତିକ ଦଳଗୁଡିକ କିପରି ପ୍ରଚାର କରିବେ ଏବଂ କେଉଁ ସମୟରେ କରିବେ ସେନେଇ ବିଧିବଦ୍ଧ ଭାବେ ମାର୍ଗଦର୍ଶିକା କିମ୍ବା ପ୍ରେସ୍‌ ବିଜ୍ଞପ୍ତି ଜାରି କରି କିଛି ସୂଚନା ଦେଉନାହାନ୍ତି। ଖରା କାରଣରୁ ନେତାମାନେ ଏବେ ଡିଜିଟାଲ ପ୍ରଚାର ଉପରେ ବିଶେଷ ଧ୍ୟାନ ଦେବାରେ ଲାଗିଛନ୍ତି। କେବଳ ଡିଜିଟାଲ ପ୍ରଚାରରେ ଭୋଟ୍‌ ହେବା ସମ୍ଭବ ହୋଇ ନ ଥିବାବେଳେ ଆଗକୁ ଖରା ଆହୁରି ବଢ଼ିବ। ତେଣୁ ପ୍ରାର୍ଥୀମାନେ କିପରି ପ୍ରଚାର କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତେବେ ସବୁ ଦଳ କିନ୍ତୁ ସକାଳେ ଏବଂ ସାରେ ପ୍ରଚାର କରୁଥିବା ଯୁକ୍ତି ବାଢୁଛନ୍ତି। ହେଲେ ବହୁ ସ୍ଥାନରେ ନେତାମାନେ ରୌଦ୍ର ଖରାରେ ଅନେକ ସ୍ଥାନରେ ପହଞ୍ଚୁଥିବା ବେଳେ ସେମାନଙ୍କୁ ଅପେକ୍ଷା କରି ବହୁ କର୍ମୀ ଜଗି ରହୁଥିବା ଦୃଶ୍ୟ ନେତାମାନଙ୍କ ସାମାଜିକ ଗଣମାଧ୍ୟମରେ ଆସୁଥିବା ପୋଷ୍ଟରୁ ଜଣାପଡୁଛି।
ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, ସବୁବେଳେ ସରକାରୀ ନିୟମକୁ ମାନିକି ଚାଲିଥାଏ। ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ଯିବାକୁ ଯାହା ସରକାର ନିୟମ କରିଛନ୍ତି ତାକୁ ପାଳନ କରୁଛୁ। ଯାହା ଯାଉଛୁ ସକାଳ ୭ଟା ସମୟରେ ପ୍ରଥମେ ଆଗଧାଡ଼ିର କର୍ମୀଙ୍କ ସହିତ ବୈଠକ କରିଦେଉଛୁ ତା’ପରେ ୮ଟା ବାଜିଲେ ୧୧ଟା ପର୍ଯ୍ୟନ୍ତ ପ୍ରଚାର କରୁଛୁ। ଯଦି ସରକାରଙ୍କ ଗାଇଡଲାଇନ ସମୟ ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ମିଟିଂ କରିବାକୁ ପଡ଼ିଲା ତେବେ କୌଣସି ଏକ ବନ୍ଦ ଘର, ଯେଉଁଠି ପାନୀୟ ଜଳ ବ୍ୟବସ୍ଥା ସହିତ ଶୀତତାପ ଯନ୍ତ୍ର ବ୍ୟବସ୍ଥା ରହିଥିବ ସେଠାରେ କରିବା ଉପରେ ଗୁରୁତ୍ୱ ଦେଉଛୁ। ନ ହେଲେ ଦିନ ୪ଟା ପରେ ପ୍ରଚାର କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲେନିନ୍‌ କହିଛନ୍ତି। ନିର୍ବାଚନ କମିଶନଙ୍କ ନିୟମ ରହିଛି, ପୂରା ଭୋର୍‌ କିମ୍ବା ବିଳମ୍ବିତ ରାତିରେ କାହାକୁ ଭେଟି ହେବନି କି ପ୍ରଚାର କରାଯାଇପାରିବ ନାହିଁ। ସେକଥା ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେଣୁ ଗ୍ରୀଷ୍ମ ପ୍ରବାହ ଥିବା କାରଣରୁ ଏହାକୁ ସାମାନ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ଯେ, ଦଳ ତରଫରୁ ଏଲ୍‌ଇଡି ଭ୍ୟାନ୍‌ ଜରିଆରେ ଚାରିଆଡେ ପ୍ରଚାର କାର୍ଯ୍ୟ ଚାଲିଛି। ପ୍ରବଳ ଖରା କାରଣରୁ ଭୋର୍‌ ସମୟରେ ଲୋକଙ୍କୁ ଭେଟିବାକୁ ପ୍ରାର୍ଥୀମାନେ ଚେଷ୍ଟା କରୁଛନ୍ତି। ଦିନ ସମୟରେ ପ୍ରତ୍ୟେକ ଘରକୁ ଘର ଯାଇ ନେତାମାନେ ଲୋକଙ୍କୁ ଦଳର ଗ୍ୟାରେଣ୍ଟି କାର୍ଡ ଦେବା ସାଙ୍ଗକୁ ପ୍ରଚାର ଚଳାଇଛନ୍ତି। ଜନସମାବେଶ ଯାହା ବି ହେବ ତାହା ୪ଟା ପରେ ସା ସମୟରେ ହେବ। ଆଗକୁ ଦଳ କିପରି ଖରାକୁ ଦୃଷ୍ଟିରେ ରଖି ପ୍ରଚାର କରିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱରଞ୍ଜନ କହିଛନ୍ତି।
ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କ ହିତ ପାଇଁ କୌଣସି ପରିସ୍ଥିତିରେ ପ୍ରବଳ ରୌଦ୍ର ତାପ ସମୟରେ ପ୍ରଚାର, ଜନସଭା ଭାଜପା କରୁନାହିଁ। ଦିନ ସମୟରେ ବ୍ୟାପକ ସଚେତନତା ଅବଲମ୍ବନ କରି ଦଳ ପକ୍ଷରୁ ପ୍ରଚାର କାମ କରାଯାଉଛି। ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନେ ସକାଳ, ଅପରାହ୍ନ ଏବଂ ସା ସମୟରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ପରିବେଶକୁ ନେଇ ଭାଜପା ନିଜର ଇସ୍ତାହାରରେ ଗୁରୁତ୍ୱ ଦେବ। ତେଣୁ ସାଧାରଣ ଜନତା ଯେପରି ଖରା ପାଇଁ ହଇରାଣ ନ ହୁଅନ୍ତି ସେଥିପ୍ରତି ଭାଜପା ଧ୍ୟାନ ଦେଉଥିବା ଅନିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri