Categories: ଜାତୀୟ

ପ୍ରାର୍ଥିପତ୍ର ଦାଖଲ କରେ ଉଦ୍ଧବ

ମୁମ୍ବାଇ,୧୧।୫: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହି ନିର୍ବାଚନ କରାଯିବ। ଏ ସମ୍ପର୍କରେ ମରାଠି ଭାଷାରେ ଟୁଇଟ କରି ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨୪ରେ ବିଧାନ ପରିଷଦର ୯ଟି ଆସନ ଖାଲି ପଡିଥିବା ବେଳେ କରୋନା ଭାଇରସ ସଂକ୍ରମଣ ଯୋଗୁ ନିର୍ବାଚନ ହେବାରେ ବିଳମ୍ବ ହୋଇଛି। ନିର୍ବାଚନ କମିଶନଙ୍କ ଅନୁମତି ପରେ ଏହା ମେ’ ୨୧ରେ ଅନୁଷ୍ଠିତ ହେବ। ନିର୍ଦ୍ଦୋନ୍ଦରେ ସେ ନିର୍ବାଚିତ ହେବେ ବୋଲି କୁହାଯାଉଛି।

Share