Categories: ଜାତୀୟ

‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’

ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ସୋମବାର ସନ୍ଧ୍ୟାରୁ ନେତ୍ରବତୀ ନଦୀ ପୋଲରୁ ହିଁ କେଉଁଆଡେ ନିଖୋଜ ଥିଲେ ସିଦ୍ଧାର୍ଥ। ମଙ୍ଗଳବାର ଏହି ନଦୀରେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କ ମୃତଦେହ ମିଳି ନ ଥିଲା। ବୁଧବାର ସକାଳେ ରିତେଶ ନାମକ କୈବର୍ତ୍ତ ମାଛ ଧରୁଥିବାବେଳେ ତାଙ୍କ ଜାଲରେ ଲାଗିଥିଲା ଏକ ଓଜନିଆ ଜିନିଷ। ଓଜନିଆ ଜିନିଷଟେ ଲାଗିଛି ଜାଣିବା ପରେ ରିତେଶ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ସେହିି ଓଜନିଆ ଜିନିଷଟି ସିଦ୍ଧାର୍ଥ ହୋଇ ନ ଥାନ୍ତୁ। କାରଣ ସ୍ଥାନୀୟ ଲୋକେ କୁହାକୁହି ହେଉଥିଲେ, ସେ କୁଆଡେ ବହୁତ ଭଲ ଲୋକ ଥିଲେ। ତେଣୁ ତାଙ୍କୁ ମୃତାବସ୍ଥାରେ ଦେଖିବାକୁ ଚାହୁଁ ନ ଥିଲି ବୋଲି ରିତେଶ କହିଛନ୍ତି।

Share