ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ:ଭାଜପା ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା

କଣ୍ଟାପଡା,୨୭।୯:(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ବାଟମାରଣା ପ୍ରତିବାଦରେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଭାଜପା ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଛି। ସ୍ଥାନୀୟ ଭାଜପା ନେତା ଛବି ମଲିକଙ୍କ ନେତୃତ୍ୱରେ କଣ୍ଟାପଡା ବ୍ଲକର ଶତାଧିକ ଭାଜପା କର୍ମୀ ଧାରଣାରେ ବସିଛନ୍ତି। ଭାଜପା ନେତା ରବିନରାୟଣ ମହାପାତ୍ର, ନମିତା ମିଶ୍ର, ବିଷ୍ଣୁପ୍ରିୟା ପ୍ରଧାନ, ଅଶୋକ ରଥ, ବିଶ୍ୱମ୍ବର ଜେନା, ପ୍ରଭାତ ମହାପାତ୍ର, ଅଶୋକ କୁମାର ବାରିକ, ଉମାକାନ୍ତ କର, ମାନସ ପଣ୍ଡା, ପ୍ରତାପ ଚନ୍ଦ୍ର ସ୍ବାଇଁ, ସୌମ୍ୟସାଗର ମହାରଥା ପ୍ରମୁଖ ଯୋଗଦେଇ ବ୍ଲକରେ ଚାଲିଥିବା ପକ୍ଷପାତିତା ଓ ଅନିୟମିତତାର ତୀବ୍ର ନିନ୍ଦା କରିଥିଲେ। ଶେଷରେ ବିଡିଓ କେ ଅଶୋକ କୁମାରଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।