Posted inଫୁରସତ

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ୧୪ ବର୍ଷ ବନବାସ କାଳ ମଧ୍ୟରୁ ସର୍ବାଧିକ ସମୟ ବିତାଇଥିଲେ…
ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲା ଅନ୍ତର୍ଗତ ଏହି ପବିତ୍ରସ୍ଥଳକୁ ଈଶ୍ୱରଙ୍କର ଏକ ଅନୁପମ ଦାନ ବୋଲି କୁହାଯାଇଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଚିତ୍ରକୂଟ ଧାମର କିଛି ସୀମା ମଧ୍ୟପ୍ରଦେଶର ସତନା ଜିଲା ଅଧୀନରେ ବି ଆସୁଛି। ତେବେ ସେ ଯାହା ହେଉ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ତଥା ଆଧ୍ୟାତ୍ମିକ ଭାବନାର ଉତ୍ସ ଭାବେ ପରିଚିତ ଏହି ଚିତ୍ରକୂଟ ଧାମରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କର ପାଦ ପଡିଥିବାରୁ ଏହା ପବିତ୍ରଭୂମିରେ ପରିଣତ ହୋଇଛି। ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହେଉଛି।

କ’ଣ ଦେଖିବେ
ଚିତ୍ରକୂଟ ଧାମରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ରହିଛି ନିମ୍ନୋକ୍ତ ଅନେକ ଦର୍ଶନୀୟ ସ୍ଥାନ।
କାମଦଗିରି: ଏହି ପବିତ୍ର ପର୍ବତର ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଗଛଲତାରେ ପରିପୂର୍ଣ୍ଣ ଉକ୍ତ ପର୍ବତ ଉପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରାୟ ୫ କି.ମି ପର୍ଯ୍ୟନ୍ତ ପରିକ୍ରମା କରିବାର ସୁବିଧା ରହିଛି। କୁହାଯାଏ, ଭକ୍ତ ଏହି ପର୍ବତକୁ ପରିକ୍ରମା କରିବା ସମୟରେ ଯାହା ମନସ୍କାମନା ରଖିଥାନ୍ତି, ତାହା ପୂର୍ଣ୍ଣ ହୋଇଥାଏ।

ରାମଘାଟ: ମନ୍ଦାକିନୀ ନଦୀର ତଟଦେଶରେ ଥିବା ଏହା ହେଉଛି ସେହି ଘାଟ, ଯେଉଁଠାରେ ବନବାସ ସମୟରେ ପ୍ରଭୁ ଶ୍ରୀରାମ ସ୍ନାନ କରୁଥିଲେ। ତେଣୁ ଏହି ଘାଟରେ ସର୍ବଦା ଧାର୍ମିକ କାର୍ଯ୍ୟ କରାଯାଇଥାଏ। ବିଶେଷକରି ଏହି ଘାଟରେ ଗେରୁଆ ବସ୍ତ୍ର ଧାରଣ କରି ସାଧୁସନ୍ଥମାନେ କୀର୍ତ୍ତନ କରିବାର ଦୃଶ୍ୟ ବେଶ୍‌ ମନୋରମ ହୋଇଥାଏ। ସେହିପରି ସନ୍ଧ୍ୟା ସମୟରେ ଏଠାରେ କରାଯାଉଥିବା ଆଳତିର ଦୃଶ୍ୟ ମନକୁ ଖୁବ୍‌ ଶାନ୍ତି ପ୍ରଦାନ କରିଥାଏ।

ଜାନକୀ କୁଣ୍ଡ: ରାମଘାଟରୁ ଅଳ୍ପ କିଛି ଦୂରରେ ରହିଛି ପବିତ୍ର ଜାନକୀ କୁଣ୍ଡ। ବନବାସ ସମୟରେ ମାତା ସୀତା ଏଠାରେ ସ୍ନାନ କରୁଥିଲେ ବୋଲି ବିଶ୍ୱାସ ରହିଛି।

ଭରତ ମିଳାପ ମନ୍ଦିର: କାମଦଗିରି ପର୍ବତ ନିକଟରେ ରହିଛି ଏହି ମନ୍ଦିର। କୁହାଯାଏ, ପ୍ରଭୁ ରାମଚନ୍ଦ୍ର, ପ୍ରଭୁ ଲକ୍ଷ୍ମଣ ଓ ମାତା ସୀତା ବନବାସ ସମୟରେ ତାଙ୍କୁ ପୁନର୍ବାର ଅଯୋଧ୍ୟାକୁ ଫେରାଇ ନେବା ପାଇଁ ତାଙ୍କ ଭାଇ ଭରତ ସେଠାକୁ ଆସିଥିଲେ। ସାଙ୍ଗରେ ତାଙ୍କର ଆଉ ଜଣେ ଭାଇ ଶତ୍ରୁଘ୍ନ ବି ଥିଲେ। ସେ ସମୟରେ ଚାରି ଭାଇଙ୍କର ମିଳନ ଏତେ ଦୁଃଖଦ ଥିଲା ଯେ, କାମଦଗିରି ପର୍ବତର ଚଟାଣ ବି ତରଳି ଯାଇଥିଲା ପରି ପ୍ରତୀୟମାନ ହୋଇଥିଲା। ଫଳରେ ସେଠାରେ ଚାରି ଭାଇଙ୍କର ପାଦଚିହ୍ନ ରହିଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ଭରତ ମିଳାପ ନାମରେ ଏକ ମନ୍ଦିର ଗଢ଼ିଉଠିଲା, ଯେଉଁଠାରେ ଏବେ ବି ସେମାନଙ୍କ ପାଦଚିହ୍ନ ଦେଖିବାକୁ ମିଳିଥାଏ।

ସ୍ଫଟିକ ଶିଳା: ଜାନକୀ କୁଣ୍ଡଠାରୁ କିଛି ଦୂରରେ ମନ୍ଦାକିନୀ ନଦୀର ତଟଦେଶରେ ରହିଛି ଏହି ପବିତ୍ର ଶିଳା। କୁହାଯାଏ, ଏହି ଶିଳା ଉପରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ବସି ଚିତ୍ରକୂଟର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ତେଣୁ ଏବେ ବି ଏହି ଶିଳା ଉପରେ ସେମାନଙ୍କର ପାଦଚିହ୍ନ ଥିବା ଦେଖିବାକୁ ମିଳେ।

ସତୀ ଅନସୂୟା ଆଶ୍ରମ: ସ୍ଫଟିକ ଶିଳା ଥିବା ସ୍ଥାନରୁ କିଛି ଦୂର ଗଲେ ପଡ଼େ ସତୀ ଅନସୂୟା ଆଶ୍ରମ, ଯେଉଁଠାରେ ଅତ୍ରୀ ମୁନି ଏବଂ ତାଙ୍କର ଧର୍ମପତ୍ନୀ ଅନସୂୟା ବାସ କରୁଥିଲେ। କୁହାଯାଏ, ବନବାସ କାଳ ସମୟରେ ସତୀ ଅନସୂୟା ମାତା ସୀତାଙ୍କୁ ଏହିଠାରେ ହିଁ ପତିବ୍ରତା ଧର୍ମର ଉପଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ପର୍ଯ୍ୟଟକ ଏହି ତୀର୍ଥଭୂମିରେ ଗୁପ୍ତ ଗୋଦାବରୀ, ହନୁମାନ ଧାରା, ଭରତ କୂପ ଭଳି ଅନ୍ୟ କେତେକ ଲୋକପ୍ରିୟ ଦର୍ଶନୀୟସ୍ଥଳ ବି ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ବର୍ଷର ଯେକୌଣସି ସମୟରେ ଚିତ୍ରକୂଟ ଧାମକୁ ବୁଲିଯିବାର ସୁବିଧା ରହିଛି। ତେବେ ପାଣିପାଗ ଦୃଷ୍ଟିରୁ ଦେଖିଲେ ବର୍ଷାଦିନେ ଟିକେ ବୁଲାବୁଲି କରିବାରେ ସମସ୍ୟା ଦେଖାଯାଇଥାଏ। ତେଣୁ ବର୍ଷାଦିନକୁ ଛାଡ଼ି ଅନ୍ୟ ଯେକୌଣସି ସମୟରେ ଚିତ୍ରକୂଟ ବୁଲିଗଲେ ଭ୍ରମଣର ଭରପୂର ମଜା ନେଇହୁଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ତେବେ ଚିତ୍ରକୂଟ ଧାମର ନିକଟତମ ବିମାନବନ୍ଦର ହେଉଛି ଆଲ୍ଲାହାବାଦ୍‌ ଏୟାରପୋର୍ଟ, ଯାହା ପ୍ରାୟ ୧୩୫ କି.ମି ଦୂରରେ ଅବସ୍ଥିତ। ସେହିପରି ଚିତ୍ରକୂଟ ଧାମ କରଓ୍ବୀ ରେଳଷ୍ଟେଶନ ହେଉଛି ଏଠାକାର ନିକଟବର୍ତ୍ତୀ ରେଳଷ୍ଟେଶନ, ଯାହା ପ୍ରାୟ ୮ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏହି ପବିତ୍ରସ୍ଥଳକୁ ଯିବାପାଇଁ ଟୁରିଷ୍ଟ ବସ୍‌ର ବି ବ୍ୟବସ୍ଥା ରହିଛି। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏହି ତୀର୍ଥଭୂମିରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri