ପ୍ରାକୃତିକ ବାଲିସ୍ତୁପ ଉଭାନ୍‌: ମାଡ଼ିଆସୁଛି ଅଶାନ୍ତ ସମୁଦ୍ର; ଧ୍ୱଂସ ହେଉଛି ଝାଉଁ ଜଙ୍ଗଲ, କିଆବାଡ଼

କାକଟପୁର, ୬।୮(ଡି.ଏନ୍‌.ଏ.)-ବିସ୍ତୀର୍ଣ୍ଣ ସମୁଦ୍ର ତଟ ପାଇଁ ପୁରୀ ଜିଲା ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ଅଧିକାର କରିଛି। ମାତ୍ର ଗତ କେତେ ବର୍ଷ ଧରି ପୁରୀ ସମୁଦ୍ର ତଟ ସହ ଅସ୍ତରଙ୍ଗ ଏବଂ କୋଣାର୍କ ଉପକୂଳରେ ସମୁଦ୍ର କୂଳଲଙ୍ଘି ସ୍ଥଳଭାଗମୁହାଁ ହୋଇଛି। ଫଳରେ ସୁନ୍ଦର ବେଳାଭୂମି ନଷ୍ଟ ହେବାସହ ଉପକୂଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ସମୁଦ୍ରକୂଳମାନଙ୍କରେ ରହିଥିବା ପ୍ରାକୃତିକ ବାଲିସ୍ତୁପ ଗୁଡ଼ିକ ଧ୍ୱଂସ ହୋଇଯିବାରୁ ଧୀରେ ଧୀରେ ସମୁଦ୍ର ସ୍ଥଳଭାଗ ମୁହାଁ ହେଉଛି। ଲଘୁଚାପ ସମୟରେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ଏହି ସମୟରେ ସମୁଦ୍ର ଉପକୂଳଆଡ଼କୁ ମାଡ଼ିଆସୁଛି। ଯଦିକେବେ ସୁନାମି ପରିସ୍ଥିତି ସୃଷ୍ଟି ହୁଏ ତେବେ ଅସ୍ତରଙ୍ଗ ଓ କାକଟପୁର ବ୍ଳକର ସମୁଦାୟ ୩୨ଟି ଗ୍ରାମ ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ସରକାର କେବଳ ଏହି ଗାଁ ଗୁଡ଼ିକ ସୁନାମିପ୍ରବଣ ଗାଁ ଭାବେ ଚିହ୍ନଟ କରି ଚୁପ୍‌ଚାପ ବସିଯାଇଥିବା କ୍ଷୋଭର ସହ କୁହନ୍ତି ଉଦୟକଣି ଗ୍ରାମର କାଳନ୍ଦୀ ପ୍ରଧାନ ଓ ସୁବାସ ପ୍ରଧାନ। ଅସ୍ତରଙ୍ଗ ବ୍ଲକର ବଳଭଦ୍ରପୁର, ଗୁଣ୍ଡଳବା, ଛୁରୀଅନା, ଡାଳୁଅକଣି, ବେଲେଶ୍ୱର, କେଉଟଜଙ୍ଗା, ତଣ୍ଡାହାର, ଉଦୟକଣି, ଛେନୁ, କଟକଣା, ବାଘଡ଼ିଆ ପ୍ରଭୃତି ଗ୍ରାମ ଗୁଡ଼ିକ ବଙ୍ଗୋପସାଗର କୂଳରେ ଅବସ୍ଥିତ। ଏହି ସବୁ ଗ୍ରାମର ବାସିନ୍ଦା ସରକାରଙ୍କୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri