Categories: ଜାତୀୟ

ପ୍ରାକୃତିକ ଚିକିତ୍ସାରେ ଭଲ ହେବେ କରୋନା ଭୂତାଣୁ ସଂକ୍ରମିତ: ଦାବିକଲେ ତାମିଲନାଡୁ ଡାକ୍ତର

ଚେନ୍ନାଇ,୨୮।୧: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭୁତାଣୁ ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଚାଇନାରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି କରୋନା ଭୂତାଣୁ ଏବେ ଭାରତରେ ପହଞ୍ଚିଥିବା ଅନୁମାନ କରାଯାଉଛି। କାହିଁକିନା ଦେଶର ବିଭିନ୍ନ ସ୍ଥାନରେ କରୋନା ଭୂତାଣୁରେ ଆକ୍ରାନ୍ତ କେତେଜଣଙ୍କୁ ସନ୍ଦେହ କରି ଏବେ ଚିକିତ୍ସା କରାଯାଉଛି। ଏପଟେ ତାମିଲନାଡୁର ଜଣେ ସିଦ୍ଧ ଡାକ୍ତର ପ୍ରାକୃତିକ ଉପାୟରେ କରୋନା ଭୂତାଣୁର ଚିକିତ୍ସା କରାଯାଇ ପାରିବ ବୋଲି କହିଛନ୍ତି। ଚେନ୍ନାଇ ସ୍ଥିତ ରତ୍ନ ସିଦ୍ଧ ହସ୍ପିଟାଲର ଡାକ୍ତର ଥାନିକାସଲମ ବେନି ଦାବି କରିଛନ୍ତି କରୋନା ଭୂତାଣୁର ଚିକିତ୍ସା ପ୍ରାକୃତିକ ଉପାୟରେ କରାଯାଇପାରିବ ଓ ଏହା ବେଶ୍‌ ଫଳପ୍ରଦ ହେବ। ଡାକ୍ତର ବେନିଙ୍କର ସିଦ୍ଧ ଓ ଆୟୁର୍ବେଦ ଉପରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ କହିଛନ୍ତି ଆମେ ଜଡିବୁଟିକୁ ନେଇ ଔଷଧ ତିଆରି କରୁଛୁ, ଯାହା ଯେକୌଣସି ଭାଇରାଲ ଜ୍ୱରର ଚିକିତ୍ସା କରିବାରେ ସକ୍ଷମ। କରୋନା ଭୂତାଣୁର ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ତେଣୁ ଜଡିବୁଡିରୁ ତିଆରି ଔଷଧ ଏଥିପାଇଁ ଭଲ କାମ ଦେବ ବୋଲି ସେ ଦାବି କରିଛନ୍ତି। ଏହା ସେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ଚାଇନା ସରକାରଙ୍କୁ ଜଣାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

Share