ପ୍ରସ୍ତୁତ ରୁହ : ବାତ୍ରା

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- ପରିସ୍ଥିତିରେ ସୁଧାର ଆସିଲେ କୋଭିଡ୍‌-୧୯ ଯୋଗୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ଇଭେଣ୍ଟଗୁଡ଼ିକ ଅନୁଷ୍ଠିତ ହେବ। ହେବାକୁଥିବା ଟୁର୍ନାମେଣ୍ଟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ସମ୍ପୃକ୍ତ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକୁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା କହିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ଟୋକିଓ ଗେମ୍ସ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ସମସ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ଖେଳସୂଚୀ ନେଇ ପରସ୍ପର ମଧ୍ୟରେ ଆଲୋଚନା କରିବା ଉଚିତ। ଏହାଦ୍ୱାରା ଆଥଲେଟ୍‌ମାନଙ୍କ ପ୍ରସ୍ତୁତ କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିବ ନାହିଁ। କରୋନା ଭାଇରସ୍‌ ଜନିତ ଭୟ ଦୂର ହେବା ପରେ ସ୍ଥଗିତ ହୋଇଥିବା ଇଭେଣ୍ଟଗୁଡ଼ିକ ନେଇ ନୂଆ ତାରିଖ ଘୋଷଣା ହେବ ବୋଲି ବାତ୍ରା କହିଛନ୍ତି। ବାତ୍ରା ଏହି ମର୍ମରେ ସମସ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ସଭାପତି ଓ ସମ୍ପାଦକଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଅଲିମ୍ପିିକ୍ସ ସ୍ଥଗିତ ନିଷ୍ପତ୍ତି ପରେ ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ ଏହାର ସଦସ୍ୟମାନଙ୍କୁ ଗୁରୁବାର ଏକ ଟେଲି କନଫରେନ୍ସ କଲ୍‌ କରିଥିଲେ। ବାତ୍ରା କେବଳ ଆଇଓସିର ଜଣେ ସଦସ୍ୟ ନୁହଁନ୍ତି, ଅନ୍ତର୍ଜାତୀୟ ହକି ମହାସଂଘ (ଆଇଏଫ୍‌ଏଚ୍‌)ର ଜଣେ ସଦସ୍ୟ ମଧ୍ୟ। ଚଳିତ ବର୍ଷ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି ପାଇଁ ଆଇଓଏ ଓ ଏନ୍‌ଏସ୍‌ଏଫ୍‌ଗୁଡ଼ିକ ଯୋଜନା ପ୍ରସ୍ତୁତ କରିବା ଉଚିତ ବୋଲି ବାତ୍ରା କହିଥିଲେ। ଟୋକିଓ ଗେମ୍ସ ଶେଷ ହେବା ପରେ ଅଗଷ୍ଟ ସୁଦ୍ଧା ଅଧିକାଂଶ କୋଚ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ମାତ୍ର ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚତ୍ୟାଇଛି। ତେଣୁ ସେମାନଙ୍କ ଚୁକ୍ତି ମିଆଦକୁ ବୃଦ୍ଧି କରିବା ଜରୁରୀ ହୋଇ ପଡ଼ିଛି। କୋଚ୍‌ଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫ୍‌ ଏବଂ ହାଇପରଫର୍ମାନ୍ସ ଡାଇରେକ୍ଟରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ଉଚିତ। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ଆଇଓଏ ମୁଖ୍ୟ କହିଛନ୍ତି। ୨୦୨୧ ଅଲିମ୍ପିକ୍ସ ଲାଗି ଆଥଲେଟ୍‌ଙ୍କ ପ୍ରସ୍ତୁତି ପାଇଁ ଏକ ଟ୍ରେନିଂ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉ। ବର୍ତ୍ତମାନ ଆଥଲେଟମାନଙ୍କ ଅବସ୍ଥିତି ଏବଂ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସମୟକୁ ସମୟ ରିପୋର୍ଟ ପ୍ରଦାନ କରିବାକୁ ପଡ଼ିବ ବୋଲି ବାତ୍ରା କହିଛନ୍ତି। ଏହି ଚିଠିର ଏକ ନକଲ ସେ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ନିକଟକୁ ପଠାଇ ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ, ଆର୍ଚେରୀ, ବକ୍ସିଂ, ଅଶ୍ୱଚାଳନା, ହକି, ଶୁଟିଂ ଏବଂ ରେସ୍‌ଲିଂ ଆଦି ୭ଟି ଖେଳ ପାଇଁ ପାଖାପାଖି ୮୦ ଭାରତୀୟ ଆଥଲେଟ୍‌ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଏହି ସଂଖ୍ୟା ୧୨୦କୁ ଅତିକ୍ରମ କରିଯିବ ବୋଲି ଆଇଓଏ ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri