ପ୍ରସ୍ତୁତି, ପରିଚାଳନା, ଶ୍ରମଭିତ୍ତିକ କାର୍ଯ୍ୟର ସମୀକ୍ଷା କଲେ କୋଭିଡ-୧୯ ପର୍ଯ୍ୟବେକ୍ଷକ

ବଲାଙ୍ଗୀର ଅଫିସ, ୨।୫: ବଲାଙ୍ଗୀର ଜିଲା ଦାୟିତ୍ୱରେ ଥିବା କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଗୃହ(ନିର୍ବାଚନ) ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ବେଣୁଧର ବେହେରା ଶନିବାର ବଲାଙ୍ଗୀର ଗସ୍ତରେ ଆସିଥିଲେ। ଏନ୍‌ଏଚ୍‌ଏମ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧିକାରୀଦ୍ୱୟ କୋଭିଡ୍‌-୧୯ ସମ୍ପର୍କିତ ପ୍ରସ୍ତୁତି, ପରିଚାଳନା, ଅର୍ଥନୈତିକ କାର୍ଯ୍ୟକଳାପ ସକାଶେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ମାଡକର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ ମହେଶ୍ୱର ସ୍ବାଇଁ, ସିଡିଏମ୍‌ଓ ଡା ନାରାୟଣ ଥନାପତି, ଡା ମଞ୍ଜୁବାଳା ପଣ୍ଡାଙ୍କ ସହ ଜିଲା ସ୍ବାସ୍ଥ୍ୟ ଓ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶୁକ୍ରବାର ଜିଲାର ଗୁଡଭେଲା ବ୍ଳକ୍‌ର ଲିଖିରିଆ ଗଁାରେ ଦୁଇ କରୋନା ପଜିଟିଭ ଚିହ୍ନଟ ପରେ ସେହି ଅଞ୍ଚଳରେ କରାଯାଇଥିବା କଣ୍ଟେନ୍‌ମେଣ୍ଟ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା। ରାଜ୍ୟ ବାହାରୁ ଫେରିବାକୁ ଥିବା ବ୍ୟକ୍ତି ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକର ସ୍ଥିତି ଓ ଆନୁସଙ୍ଗିକ ବ୍ୟବସ୍ଥାର ସବିଶେଷ ସମୀକ୍ଷା ହୋଇଥିଲା। ଜିଲାର କୋଭିଡ୍‌ ହସ୍ପିଟାଲ, କରୋନା ହେଲ୍‌ଥ ସେଣ୍ଟର ଓ କରୋନା କେୟାର ସେଣ୍ଟରଗୁଡିକର ସ୍ଥିତି ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଶ୍ରମଜୀବୀମାନଙ୍କ ଅର୍ଥନୈତିକ ଉନ୍ନତି ନିମନ୍ତେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଏମଜିଏନ୍‌ଆରଇଜିଏ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପରେ କାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟସ୍ଥଳୀରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ କଡାକଡି ପାଳନ, ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା, କାର୍ଯ୍ୟସ୍ଥଳୀରେ ହାତ ଧୋଇବା ପାଇଁ ସାବୁନ୍‌, ପାଣି ରଖିବାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ପୂର୍ତ୍ତ ବିଭାଗର ଶ୍ରମଭିତ୍ତିକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। କୃଷି ବିଭାଗ, ଉଦ୍ୟାନ କୃଷି, ଜଳଛାୟା ପ୍ରକଳ୍ପ, ଜଙ୍ଗଲ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ନର୍ସରୀ, ଓଡିଶା ଜୀବିକା ମିଶନ୍‌ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଶ୍ରମଭିତ୍ତିକ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଅଗ୍ରୀମ ୩ମାସର ଚାଉଳ, ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା କୁପନ ଓ ଅନ୍ୟାନ୍ୟ ଯୋଜନା ଗୁଡିକର ହିତାଧିକାରୀଙ୍କ ଦିଆଯାଉଥିବା ସହାୟତା ଉପରେ ମଧ୍ୟ ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri