ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ କରୁଥିବାବେଳେ ନିର୍ଦ୍ଦେଶକ ଶୁଜିତ ସର୍କାର ମଧ୍ୟ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଏ ସମ୍ପର୍କରେ ଆୟୁଷ୍ମାନ୍‌ ମଙ୍ଗଳବାର ଏକ ଫଟୋ ଟୁଇଟ୍‌ କରିବା ସହିତ ଫିଲ୍ମର ବିବରଣୀ ଓ ଏଥିରେ ଅଭିନୟ କରିଥିବା କଳାକାରଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରିଛନ୍ତି। ଆସନ୍ତାବର୍ଷ ଏପ୍ରିଲ ୨୪ରେ ‘ଗୁଲାବୋ ସିତାବୋ’ ରିଲିଜ ହେବାକୁ ଯାଉଛି। ଏହାର କାହାଣୀ ରଚନା କରିଛନ୍ତି ଜୁହି ଚତୁର୍ବେଦୀ। ସେ ମଧ୍ୟ ସର୍କାରଙ୍କ ନିର୍ଦ୍ଦେଶିତ ‘ପିକୁ’ର କାହାଣୀ ଲେଖିଥିଲେ। ‘ଗୁଲାବୋ ସିତାବୋ’ କିମ୍ବଦନ୍ତୀ ଉପରେ ଆଧାରିତ ଦୁଇଭଉଣୀଙ୍କ ଜୀବନୀ କାହାଣୀକୁ ନେଇ ଗଢ଼ିଉଠିଛି। ଉତ୍ତରପ୍ରଦେଶର ଲୋକକଥାର ଏହା ଏକ ଅଂଶବିଶେଷ। ଉକ୍ତ ଫିଲ୍ମ ମୁଖ୍ୟତଃ ଏହି ଦୁଇ ଚରିତ୍ରକୁ ନେଇ ଗତିଶୀଳ।

Share