ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏହି ସବୁ ଦାବି କଲେ ଜମି ହରାଉଥିବା ଲୋକେ, ଏକକାଳୀନ ୫ କୋଟି ଟଙ୍କା ସହ…

ପାଟଣା ,୨୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ଜେଏସଡବ୍ଲୁ ଓ ପସ୍କୋ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବାରଡାଙ୍ଗୁଆ ଗ୍ରାମରେ ମଙ୍ଗଳବାର ଦ୍ୱିତୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଗ୍ରାମସଭା ଅନୁଷ୍ଠିତ ହୋଇଛି। ମୌଜା ୧୧୩ଟି ଖାତାରୁ ୨୩୯ ଏକର ୪୭୦ ଡିସିମିଲ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଲୋକଙ୍କଠାରୁ ମତାମତ ଗ୍ରହଣ କରାଯାଇଛି। ସ୍ଥାନୀୟ ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗ୍ରାମସଭାରେ ଅତିରିକ୍ତ ଜିଲାପାଳ ତଥା ସତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ୱାର୍ଡ଼ ମେମ୍ବର,ପାଟଣା ତହସିଲଦାର ଅଶିନୀ କୁମାର ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି। ଜମି ହରାଇବାକୁ ଥିବା ଗ୍ରାମବାସୀଙ୍କ ମଧ୍ୟରୁ ୬ଜଣ ନିଜର ଦାବିରେ ଉଚିତ୍‌ କ୍ଷତିପୂରଣ, ନୂତନ ବିସ୍ଥାପନ ଓ ଥଇଥାନ ନୀତି ଉପରେ ଗୁରୁତ୍ୱ ଦେବା ସହ ସରକାର୍‌ ସେମାନଙ୍କର ସମସ୍ତ ଦାବି ମାନି ନେଲେ ଭିଟା ମାଟି ଛାଡିବେ, ନ ହେଲେ ଜମି ଦେବେ ଦେବେ ନାହିଁ ବୋଲି କହିଛନ୍ତି। ତେବେ ଆଜିର ଗ୍ରାମସଭା ଶାନ୍ତି ପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ଜମି ହରାଇବାକୁ ଥିବା ଲୋକମାନେ ୩୩ଦଫା ସମ୍ବଳିତ ଦାବି ପତ୍ର ପ୍ରଶାସନିକ ଅଧିକାରୀଙ୍କୁ ଦସ୍ତଖତ କରି ପ୍ରଦାନ କରିଛନ୍ତି। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଡିସମିଲ ପିଛା ୧୫ଲକ୍ଷ ଟଙ୍କା, ବିଧବା ବୃଦ୍ଧା, ଦିବ୍ୟାଙ୍ଗଙ୍କ ପାଇଁ ମାସିକ ୩୦ ହଜାର ଭତ୍ତା, ପ୍ରତ୍ୟେକ୧୮ରୁ ୪୫ବର୍ଷର ବ୍ୟକ୍ତିଙ୍କୁ ସ୍ଥାୟୀ ନିଯୁକ୍ତି, ଜମି ହରାଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ କମ୍ପାନୀ ସ୍କୁଲରେ ମାଗଣା ଶିକ୍ଷାଦାନ ତାଲିମ ଓ କମ୍ପାନୀରେ ନିଯୁକ୍ତି ଦାବି କରିଛନ୍ତି। ଏହା ସହିତ ଜମି ହରାଉଥିବା ଦିନ ଠାରୁ ନିଯୁକ୍ତି ପର୍ଯ୍ୟନ୍ତ ମାସକୁ ୩୦ହଜାର ଲେଖାଏ ମାସିକ ଭରଣ ପୋଷଣ ପ୍ରଦାନ, ଚାକିରି କରିବାକୁ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ଏକକାଳୀନ ୫କୋଟି ଟଙ୍କା, ମାସିକ୨୫ହଜାର ଭତ୍ତା,୨୦୦୬ ଓ୨୦୧୩ ବିସ୍ଥାପନ ନୀତି ସଂଶୋଧନ, କମ୍ପାନୀ ଲାଭାଂଶର ୩୦ପ୍ରତିଶତ ବିସ୍ଥାପିତ ଲୋକଙ୍କୁ ପ୍ରଦାନ, ପୁରୁସାନୁକ୍ରମିକ ନିଯୁକ୍ତି ସହ ପ୍ରତ୍ୟେକ ନିଯୁକ୍ତଙ୍କୁ ମାସିକ ୬୦ ହଜାର ଦରମା ଆଦି ଅନ୍ତର୍ଭୁକ୍ତ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖି ଆଗରେ ରଖି ସଭାସ୍ଥଳର ପ୍ରବେଶ ପଥରେ ଅନେକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାଶିସ ସାହୁ, ଜ୍ୟୋର୍ତିମୟ ଭୁକ୍ତ, ପ୍ରବଧାନ, ଚମ୍ପୁଆ ଏସଡିପି ରଶ୍ମି ରଞ୍ଜନ ସାହୁ, ଘଟଗାଁ ଏସଡିପିଓ ବିଜୟକୃଷ୍ଣ ମହାପାତ୍ର ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନା ଅଧିକାରୀ ଦିପ୍ତୀରଞ୍ଜନ ସାହୁ , ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ହେଡକ୍ୱାଟର ଇନ୍ସପେକ୍ଟର ମାନସ କୁମାର ମହାକୁଳ ପ୍ରମୁଖ ଉପସ୍ଥିତ ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍‌ଘାଟନ କଲେ ସାଂସଦ-ବିଧାୟକ

ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ…

ଖଣ୍ଡଦେଉଳୀରେ ପିଏମଶ୍ରୀ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୨।୫(ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର…

ପ୍ରେମିକା ପାଇଁ ଝୁଲିପଡିଲେ ପ୍ରେମିକ, ଏହି କଥାକୁ ନେଇ ଝଗଡ଼ା ହେବାରୁ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମିରିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡାଳ ଗ୍ରାମର ଚକ୍ରଧର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ (୧୮) ଶୁକ୍ରବର ଘର…

ପନିର ଖାଇ ICUରେ ୭ ଛାତ୍ର! NCC ଶିବିରରେ ଆତଙ୍କ

ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍‌ ୫୦ରୁ ଅଧିକ କ୍ୟାଡେଟଙ୍କ…

ଖଣ୍ଡଦେଉଳି ଗ୍ରାମର ମୃତ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ, ନିଜସ୍ବ ପାଣ୍ଠିରୁ ଦେଲେ ଆର୍ଥିକ ସହାୟତା

ଗଞ୍ଜାମ,୨୨। ୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ଗ୍ରାମର ବାସିନ୍ଦା ପୂର୍ଣ୍ଣ…

୧୯ ବର୍ଷୀୟା ବଧୂ, ୪୦ ବର୍ଷୀୟ ବର: ବରମାଳା ପୂର୍ବରୁ ଧରାପଡିଲେ ନକଲି ବର, ଗାଁ ଲୋକେ କାବୁ କରି ….

ପାଟନା,୨୨ା୫: ବିହାରର ମୁଜାଫରପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦମ୍ପତି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ରାଜସ୍ଥାନର…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା ଅନୁଷ୍ଠିତ: ଏକର ପିଛା ଏତେ କୋଟି ଦାବି କଲେ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଯମୁନାପଶୀ ଓ ଚେମେଣା ପଞ୍ଚାୟତରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ଗୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri