ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ର ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ସାଗରଙ୍କ ଅନେକ ଗୀତ ଲୋକପ୍ରିୟ ହୋଇଥିଲା। ଏଥିମଧ୍ୟରୁ ଅକ୍ଷୟ କୁମାର ଏବଂ ଆୟଶା ଜୁଲକାଙ୍କ ଅଭିନୀତ ‘ଖିଲାଡି’ ଫିଲ୍ମର ଓ୍ବାଦା ରହା ସନମ, ହୋଙ୍ଗେ ଜୁଦା ନା ହମ୍‌’ ସାମିଲ ଅଛି। ଏହା ବ୍ୟତୀତ ସାଗର ‘ୟାରାନା’, ‘ସଲାମି’, ‘ଆ ଗଲେ ଲଗ୍‌ ଜା’ ଏବଂ ‘ବିଜୟପଥ’ ଭଳି ଅନେକ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ। ସେ ନାଦିମ- ଶ୍ରବଣ, ରାଜେଶ ରୋଶନ, ଜତିନ-ଲଲିତ ଏବଂ ଅନୁ ମଲିକଙ୍କ ପରି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ।

Share