ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି

ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ।
ସିଟି ହସ୍ପିଟାଲ, ଏମ୍‌କେସିଜିରେ କରୋନା ସଂକ୍ରମଣ ଚିକିତ୍ସା କେନ୍ଦ୍ର ଓ ରହିବା ନିମିତ୍ତ କରାଯାଇଥିବା ଆଇସୋଲେଶନ ୱାର୍ଡ ପରିଦର୍ଶନ କରିବା ସହ ସେଠାରେ ଥିବା ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ।
ଏଥିସହ ସହରରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଥିଲେ। ବିଏମ୍‌ସି ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଭେଣ୍ଡିଂ ଜୋନ ନିକଟରେ କରାଯାଇଥିବା ସର୍କଲ ବ୍ୟବସ୍ଥା ବୁଲି ଦେଖିଥିଲେ। ଆର୍‌ଡିସିଙ୍କ ପରିଦର୍ଶନ ବେଳେ ବିଏମ୍‌ସି ଡେପୁଟି କମିଶନର ଆଶୁତୋଷ ସାମଲ, ସହକାରୀ ଜିଲାପାଳ ବିନୋଦ କୁମାର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।