Categories: ଜାତୀୟ

ପ୍ରଶାସନର ବାରଣ ସତ୍ତ୍ୱେ କଶ୍ମୀର ଗସ୍ତ କରିବେ ରାହୁଲଙ୍କ ସମେତ ୧୨ ନେତା

ନୂଆଦିଲ୍ଲୀ,୨୪।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଶନିବାର ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ସେଠାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଶରଦ ଯାଦବ ମଧ୍ୟ ଜମ୍ମୁ-କଶ୍ମୀର ଗସ୍ତ କରିପାରନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଥିଲେ କି ସରକାର ଯେଉଁ ଦାବି କରୁଛନ୍ତି ଜମ୍ମୁ-କଶ୍ମୀରରେ ଶାନ୍ତ ବାତାବରଣ ଅଛି ତାହା ଭୁଲ୍‌। ସେଠାରେ ସ୍ଥାନେ ସ୍ଥାନେ ଏବେବି ଅଶାନ୍ତ ବାତାବରଣ ଲାଗି ରହିଛି ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଏହି ଟୁଇଟ୍‌ର ଉତ୍ତର ଦେଇ ସତ୍ୟପାଲ ମଲିକ କହିଥିଲେ, ଜମ୍ମୁ-କଶ୍ମୀରର ସ୍ଥିତି ପରଖିବାକୁ ରାହୁଲ ଥରେ ଏଠାକୁ ଆସନ୍ତୁ। ଆଉ ଏହାପରେ ଏବେ ରାହୁଲ ଜମ୍ମୁ-କଶ୍ମୀର ଗସ୍ତରେ ବାହାରିଛନ୍ତି। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଜମ୍ମୁ-କଶ୍ମୀର ଗସ୍ତରେ ବାହାରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା।

Share