ପ୍ରଶଂସା ସାଉଣ୍ଟୁଛି ଆସାଦ୍‌ଙ୍କ ‘ଆଫିୟାନ୍ସ’

କଟକ ଅଫିସ,୩୦ା୧୧: ଆଜି କଟକ ସହରକୁ ଓଡ଼ିଆ ସଙ୍ଗୀତର ଅନ୍ତୁଡ଼ିଶାଳ ବୋଲି କୁହାଯାଉଛି। ହେଲେ ୮୦ ଦଶକ ପୂର୍ବରୁ ଏଭଳି ଚିତ୍ର ନ ଥିଲା। ସେତେବେଳେ କୋଲକାତା, ମାଡ୍ରାସ ଓ ବମ୍ବେ ସହର ଉପରେ ଓଡ଼ିଶା ସଙ୍ଗୀତ ଜଗତ ଭରସା କରୁଥିଲା। ତେବେ ଆକାଶବାଣୀ କେନ୍ଦ୍ରରେ ଯେଉଁ କାର୍ଯ୍ୟକ୍ରମମାନ ହେଉଥିଲା ତାହା କେନ୍ଦ୍ରର ନିଜସ୍ବ ଷ୍ଟୁଡିଓରେ ହୁଏ। ଏଣୁ ବ୍ୟବସାୟିକ ଗୀତଟିଏ ତିଆରି କରିବାକୁ ହେଲେ ୧୫/୨୦ଦିନ ସମୟ ନେଇ କଳାକାରମାନେ ରାଜ୍ୟ ବାହାରକୁ ଯାଉଥିଲେ। ପ୍ରାୟ ୮୦ ଦଶକରେ କଟକର ଶେଲ୍ଟରଛକରେ ପ୍ରଥମେ ବ୍ୟବସାୟିକ ଷ୍ଟୁଡିଓ ଖୋଲିଲା। ଆଉ ଏବେ ସହରରେ ୧୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ ଷ୍ଟୁଡିଓ। ହେଲେ ଏହି ଭିଡ଼ ଭିତରେ କେଶରପୁରସ୍ଥିତ ‘ଆଫିୟାନ୍ସ ଷ୍ଟୁଡିଓ’ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛି।
ଗତଦୁଇବର୍ଷ ଭିତରେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ଅନେକ ସୁପର୍‌ହିଟ୍‌ ଗୀତ ଦେଇଛି ‘ଆଫିୟାନ୍ସ ଷ୍ଟୁଡିଓ’। ଷ୍ଟୁଡିଓର ଲୋକପ୍ରିୟତା ଏବଂ ସଫଳତାର କାହାଣୀ ଜାଣିବାକୁ ‘ଧରିତ୍ରୀ’ ଯେତେବେଳେ ଏହାର ପ୍ରାଙ୍ଗଣରେ ପହଞ୍ଚିଥିଲା, ସେତେବେଳେ ସଙ୍ଗୀତ ଆସର ଜମିଥିଲା। ଚାଲିଥିଲା ଜାମ୍ମିଂ ବା ମ୍ୟୁଜିକ୍‌ ବୈଠକ। ସଙ୍ଗୀତ ନିର୍ଦ୍ଦେଶକ ତଥା ଷ୍ଟୁଡିଓର ମାଲିକ ଆସାଦ୍‌ ନିଜାମ, କିବୋର୍ଡ ପ୍ଲେୟାର ସୌମ୍ୟ ସାହୁ, ବରିଷ୍ଠ ତାବଲା ବାଦକ ଟୁଲା ଓ କଣ୍ଠଶିଳ୍ପୀ ମାଧବ ଦାସ ନୂଆ ଗୀତ ତିଆରିରେ ବ୍ୟସ୍ତ ଥିଲେ। ରୁଦ୍ରାଳି ଫିଲ୍ମ ବ୍ୟାନରରେ ରାଜା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ରାଜା-ସାହିବା’ର ଏକ ଗୀତ ପ୍ରସ୍ତୁତିରେ ସମସ୍ତେ ହଜିଯାଇଥାନ୍ତି। ତପୁ ନାୟକଙ୍କ ରଚିତ ଏହି ଗୀତର ଶୀର୍ଷକ ହେଉଛି ‘ଆଜି ମୋ ପାଖେ ଆସିଛି ଜହ୍ନ’। ଗୀତର ମୁଖୁଡ଼ା କାର୍ଯ୍ୟ ଶେଷ ହୋଇଥିବାବେଳେ ଇଣ୍ଟରଲ୍ୟୁଡ୍‌ଟି କିପରି ଭଲ ଶୁଭିବ ସେ ନେଇ ଆଲୋଚନା ହେଉଥିଲା।
୨୦୧୨ରେ ଆସାଦ୍‌ ଏହି ଷ୍ଟୁଡିଓର କଳ୍ପନାକୁ ବାସ୍ତବ ରୂପ ଦେଇଥିଲେ। ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ଆସାଦ୍‌ଙ୍କ ଆଉ ଏକ ପରିଚୟ ହେଉଛି, ସେ ବିଶିଷ୍ଟ ଗୀତିକାର ନିଜାମ୍‌ଙ୍କ ସୁପୁତ୍ର। ୨୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ସେ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ(ବିଜିଏମ୍‌) କାର୍ଯ୍ୟ କରିବା ପରେ ନିଜସ୍ବ ଷ୍ଟୁଡିଓ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ ହାତୀପୋଖରୀଠାରେ ଏକ ଭଡ଼ାଘରେ ଷ୍ଟୁଡିଓ ଆରମ୍ଭ ହୋଇଥିଲା। ଗତ ଦୁଇବର୍ଷ ହେବ କେଶରପୁରରେ ନିଜସ୍ବ ଜମିରେ ଷ୍ଟୁଡିଓ କରି ସଙ୍ଗୀତରେ ମଜି ରହୁଛନ୍ତି ଆସାଦ୍‌। ଇତିମଧ୍ୟରେ ୭ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ତାଙ୍କର କିଛି ଗୀତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜୟୀ ମଧ୍ୟ ହୋଇଛି। ଚଳିତବର୍ଷ ଆସାଦ୍‌ଙ୍କ ଏକ ଗୀତ ବଲିଉଡ୍‌ର ଲୋକପ୍ରିୟ ଗାୟକ ଶାନ୍‌(ଶାନ୍ତନୁ ମୁଖାର୍ଜୀ) ଗାଇଥିଲେ। ବମ୍ବେର ଏକ ଷ୍ଟୁଡିଓରେ ଗୀତର ଡବିଂ କରାଯାଇଥିଲା। ଏନେଇ ଆସାଦ୍‌ କୁହନ୍ତି, ଗୀତର ଟ୍ରାକ୍‌ ନ ଶୁଣି ଶାନ୍‌ ରେକଡିଂ ରୁମ୍‌କୁ ଚାଲି ଯାଇଥିଲେ। ହେଲେ ଟ୍ରାକ୍‌ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁବା ସହ ଉକ୍ତ ଟ୍ରାକ୍‌ ଓଡ଼ିଶାରେ ନୁହେଁ ବରଂ ବମ୍ବେର କୌଣସି ଷ୍ଟୁଡିଓରେ କରାଯାଇଛି ବୋଲି କହିଥିଲେ। ହେଲେ ମୁଁ ମୋ କେଶରପୁର ଷ୍ଟୁଡିଓରେ କରିଛି ବୋଲି କହିବା ପରେ ଓଡ଼ିଶାରେ ଏବେ ଭଲ କାମ ଆରମ୍ଭ ହେଲାଣି ବୋଲି ଶାନ୍‌ କହିଥିବା ଆସାଦ୍‌ ଜଣାଇଛନ୍ତି। ଆରବିକ୍‌ ଭାଷାରେ ‘ଆଫିୟାନ୍ସ’ର ଅର୍ଥ କ୍ରିଏଟିଭିଟି (ସୃଜନଶୀଳତା)। ଏହି ଅନୁସାରେ ଷ୍ଟୁଡିଓର ନାମକରଣ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri