Categories: ଖେଳ

ପ୍ରଶଂସକଙ୍କ ବିବାହ ଭୋଜିରେ ଯୋଗଦେଇପାରନ୍ତି ରୋନାଲ୍ଡୋ

ଜାକର୍ତ୍ତା,୩।୧- ସକର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଣ୍ଡୋନେସିଆନ ବିବାହରେ ଯୋଗଦେଇପାରନ୍ତି। ଏ ନେଇ ଜୁଭେଣ୍ଟସ ଫରଓ୍ବାର୍ଡଙ୍କ ଜଣେ ବିଶେଷ ପ୍ରଶଂସକ ସୂଚନା ଦେଇଛନ୍ତି। ପ୍ରଳୟଙ୍କରୀ ସୁନାମିରୁ ବର୍ତ୍ତିଯାଇଥିବା ମାର୍ଟନିସ ଚଳିତ ସପ୍ତାହରେ ନିଜ ମହିଳା ବାନ୍ଧବୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ ଭିଡିଓରେ ରୋନାଲ୍ଡୋଙ୍କୁ ବିବାହକୁ ଆମନ୍ତ୍ରଣ କରିଛନ୍ତି। ଯଦି ସେ ବ୍ୟସ୍ତ ନ ଥାନ୍ତି, ଭାଗବାନ କରନ୍ତୁ ସେ ବିବାହରେ ଉପସ୍ଥିତ ରହିବେ ବୋଲି ମାର୍ଟନିସ କହିଛନ୍ତି। ତେବେ ସେ ବିବାହ ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ କରିନାହାନ୍ତି। ରୋନାଲ୍ଡୋଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ବିବାହ ଆୟୋଜନ କରିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ, ପର୍ତ୍ତୁଗାଲ ଷ୍ଟାରଙ୍କ ସହ ମାର୍ଟନିସ ବହୁ ବାର ଭେଟ ହୋଇଛନ୍ତି। ଅନ୍ତିମ ଥର ଗତ ଅଗଷ୍ଟରେ ରୋନାଲ୍ଡୋଙ୍କୁ ତୁରିନଠାରେ ଭେଟିଥିଲେ। ଉଭୟଙ୍କ ବହୁ ଭିଡିଓ ୟୁଟ୍ୟୁବ୍‌ରେ ମଧ୍ୟ ରହିଛି।

Share