ପ୍ରଶଂସକଙ୍କ ତୂଳିରେ ମା’ବାପାଙ୍କ ଫଟୋ ଦେଖି ଭାବବିହ୍ବଳ ହେଲେ ଶାହରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ୍‌ଙ୍କୁ ଦଶହରା ଉପଲକ୍ଷେ ତାଙ୍କର ଜଣେ ପ୍ରଶଂସକ ଏପରି ଏକ ଉପହାର ଦେଇଛନ୍ତି, ଯାହା ତାଙ୍କୁ ଭାବବିହ୍ବଳ କରିପକାଇଛି। ଉପହାରଟି ହେଉଛି ଶାହରୁଖଙ୍କ ମା’ବାପାଙ୍କ ଫଟୋ। ଏହାକୁ ପ୍ରଶଂସକଜଣଙ୍କ ନିଜ ତୂଳିରେ ତିଆରି କରିଛନ୍ତି।

ମଙ୍ଗଳବାର ଦଶହରା ଉପଲକ୍ଷେ ଶାହରୁଖ #AskSRK ଜରିଆରେ ପ୍ରଶଂସକମାନଙ୍କ ସହ କଥା ହୋଇଥିଲେ। ଅନେକେ ଶାହରୁଖଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ଜଣେ ପ୍ରଶଂସକ ଉପହାରସ୍ବରୂପ ହାତରେ ଆଙ୍କିଥିବା ଶାହରୁଖଙ୍କ ବାପାମା’ଙ୍କ ଫଟୋ ଟୁଇଟ୍‌ କରିଥିଲେ। ଯାହାକୁ ଦେଖି ଖୁସି ହୋଇଯାଇଥିଲେ କିଙ୍ଗ୍‌ ଖାନ୍‌। ସେ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଫଟୋ ଦୁଇଟିକୁ ରଖିଲେ। ଫ୍ରେମ୍‌ କରିବା ପରେ ଘରର କାନ୍ଥରେ ନିଶ୍ଚୟ ଲଗାଇବେ ବୋଲି ସେ କହିଥିଲେ।

Share