ପ୍ରଯୁକ୍ତି କୌଶଳ ଶିଖାଇଲା ଆତ୍ମନିଯୁକ୍ତି ବାଟ

ଖଇରା, ୨୭।୧୧(ଡି.ଏନ.ଏ.)-ଆଧୁନିକ ପ୍ରଯୁକ୍ତି କୌଶଳ ଶିଖି ଏହାକୁ କାର୍ଯ୍ୟରେ ଲଗାଇଲେ, ଆତ୍ମନିଯୁକ୍ତି ସୁଯୋଗ ଆପଣାଛାଏଁ ହାତରେ ପହଞ୍ଚିଯିବ । ଏକଥା କହନ୍ତି, ବାଲେଶ୍ୱର ଜିଲା ଅଧୀନ ଖଇରା ଅଞ୍ଚଳର ୧୭ ବର୍ଷର କିଶୋର ଅଜୟ ସାହୁ। ତାଙ୍କ ଦେହ ଅସୁସ୍ଥ ରହିବାରୁ ଯୁକ୍ତ ୨ ବାଣିଜ୍ୟ ପଢୁଥିବା ବେଳେ ଆଉ ଅଧିକ ପାଠ ପଢିପାରି ନ ଥିଲେ। ଶିକ୍ଷା ଲାଭରୁ ବଞ୍ଚିତ ହେବା ପରେ ବେକାର ହୋଇ ଘରେ ବସି ମା’ ବାପା ଉପରେ ବୋଝ ହେବା ଚିନ୍ତା ତାଙ୍କୁ ଅଥୟ କରିଥିଲା। ନିଜେ କିଛି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ସହାୟତା କରିବା ଲକ୍ଷ୍ୟରେ ସେ ରହିଥିଲେ। ନିଜେ ବ୍ୟବହାର କରୁଥିବା ମୋବାଇଲ ସର୍ଚ୍ଚ କରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ କିଭଳି ପ୍ରଯୁକ୍ତି କୌଶଳ ବ୍ୟବହାର କରାଯାଉଛି, ତାହା ଶିଖିବାକୁ ମନ ବଳାଇଥିଲେ। ଏଭଳି ପ୍ରୟାସରୁ ଅଜୟ ଅଣ୍ଡାରୁ କୃତ୍ରିମ ଉପାୟରେ କୁକୁଡା ଛୁଆ ଫୁଟାଇବା କୌଶଳ ଶିଖି ତାହାକୁ କାମରେ ଲଗାଇବାକୁ ଉଦ୍ୟମ କରିଥିଲେ। ତାଙ୍କ ଚେଷ୍ଟା ସଫଳ ହେଲା। ଏବେ ସେ ନିଜ ଘରେ ଅଣ୍ଡାରୁ କୁକୁଡା ଛୁଆ ଫୁଟାଇ ଏହାକୁ ବ୍ୟବସାୟର ରୂପ ଦେଇ ଭଲ ଦୁଇପଇସା ରୋଜଗାର କରୁଛନ୍ତି ା କୁକୁଡା ବ୍ୟବସାୟୀମାନେ ନିଜ ଘରେ ବସି ଅଳ୍ପ ଖର୍ଚ୍ଚରେ ନିଜ ଫାର୍ମ ପାଇଁ କୁକୁଡାଛୁଆ ଆବଶ୍ୟକତା ମେଣ୍ଟାଇ ପାରିବେ ବୋଲି ସେ କହିଛନ୍ତି।
ଅଜୟ କହିଛନ୍ତି, ସେ ମୋବାଇଲରେ ୟୁଟ୍ୟୁବ ଦେଖି ଅଣ୍ଡାରୁ କିଭଳି କୃତ୍ରିମ ଉପାୟରେ କୁକୁଡା ଛୁଆ ପ୍ରଜନନ କରାଯାଇପାରୁଛି, ସେହି ଜ୍ଞାନ ଆହରଣ କରିଥିଲେ। ପରେ ସେ ନିଜେ ସେ ଏହାକୁ ପରୀକ୍ଷା କରି ସଫଳ ହୋଇଥିଲେ। ଏଥିପାଇଁ ମାତ୍ର ୩ଟି ମେଶିନ ଆବଶ୍ୟକ ପଡୁଛି। ତାହା ହେଲା ଆର୍ଦ୍ରତା, ତାପ ଓ ଲାଇଟ ନିୟନ୍ତ୍ରଣ ମେଶିନ। ଏଥିପାଇଁ ତାଙ୍କୁ ୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏଭଳି ଯନ୍ତ୍ର ପ୍ରସ୍ତୁତ କରି ସେ ତାହାକୁ ୩ହଜାର ଟଙ୍କାରେ ବିକ୍ରି କରୁଛନ୍ତି ା ଏକ ପେଟି ଭିତରେ ପ୍ରଥମେ ଏହି ସରଞ୍ଜାମ ସହ ଅଣ୍ଡା ରଖିବାକୁ ପଡିଥାଏ। ୨୧ଦିନ ମଧ୍ୟରେ ସେହି ଅଣ୍ଡାରୁ କୁକୁଡା ଛୁଆ ଜନ୍ମ ନେଇଥାଏ। ଉକ୍ତ ପେଟିରେ ୧୦୦ଅଣ୍ଡା ରଖିବା କ୍ଷମତା ରହୁଛି। ସେଥିରୁ ୮୦ରୁ ୧୦୦ଟି ପର୍ଯ୍ୟନ୍ତ ଛୁଆ ଜନ୍ମ ନେଉଥାନ୍ତି। ଘରେ ବସି କୁକୁଡା ଛୁଆ ଫୁଟାଇବା କୌଶଳ ବାହାର କରି ଅଜୟ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାକୁ ଆସିଛନ୍ତି। ଏହାମଧ୍ୟରେ ଔପଦା, ଭଦ୍ରକ, ଫତେପୁର, ଆନନ୍ଦପୁର ଏପରି କି ସୁଦୂର କଟକରୁ ଲୋକେ ଆସି ତାଙ୍କଠାରୁ ଏହି କୌଶଳ ଶିଖିସାରିଲେଣି ା ପୁଅର ଏଭଳି ବ୍ୟବସାୟିକ ସଫଳତା ଦେଖି ତାଙ୍କ ମା’ କୁନୁଲତା ଓ ବାପା ବଳରାମ ସାହୁ ଖୁସି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri