Categories: ବାଣିଜ୍ୟ

ପ୍ରମୋଶନ ଅନ୍‌ ହ୍ବିଲ ଆଣିବ ରେଲଓ୍ବେ

ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ ରେଲଓ୍ବେର ପ୍ରମୋଶନ ଅନ୍‌ ହ୍ବିଲ ପଦକ୍ଷେପ ଦ୍ୱାରା ଟ୍ରେନଗୁଡିକ ବିଭିନ୍ନ ପ୍ରଚାର ସମ୍ପର୍କିତ କାର୍ଯ୍ୟକଳାପ ଲାଗି ବୁକିଂ କରିପାରିବେ। କଳା ସଂସ୍କୃତି କ୍ରୀଡା, ସିନେମା ଏବଂ ଟିଭି କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ଟ୍ରେନଗୁଡିକ ଦ୍ୱାରା ପ୍ରଚାର କରାଯାଇ ପାରିବ। ଅକ୍ଷୟ କୁମାରଙ୍କ ଅଭିନୀତ ହାଉସଫୁଲ-୪ର ପ୍ରମୋଶନ ଲାଗି ଏକ ଟ୍ରେନକୁ ବୁକିଂ କରାଯାଇଛି। ଏହି ଟ୍ରେନରେ ୮ଟି କୋଚ୍‌ ରହିଛି। ଏହି ଟ୍ରେନ ସୁରଟ, ଭଦୋଦରା ଏବଂ କୋଟା ଭଳି ବିଭିନ୍ନ ଜିଲା ଦେଇ ଯିବ।

Share