ପ୍ରମୋଦ ସାହୁ ବରଖାସ୍ତ

ଭୁବନେଶ୍ୱର (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ, ୨୭-୧୧: କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି ଲିଃ ସଭାପତି ପଦରୁ ପ୍ରମୋଦ ସାହୁଙ୍କୁ ବରଖାସ୍ତ କରାଯାଇଛି। ଆଇଏଏସ୍‌ ଅଧିକାରୀ ତଥା ଆରସିଏସ୍‌ ବିଭୂତି ଭୂଷଣ ପଟ୍ଟନାୟକ ଓଡ଼ିଶା କୋ-ଅପରେଟିଭ ସୋସାଇଟି ଆକ୍ଟ-୧୯୬୨ ଅଧୀନ କ୍ଷମତା ବଳରେ ପ୍ରମୋଦଙ୍କୁ ବରଖାସ୍ତ କରିଛନ୍ତି। ସେହିପରି ସୋସାଇଟିର ଉପସଭାପତିଙ୍କୁ ସଭାପତି ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ମଙ୍ଗଳବାର ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି ପକ୍ଷରୁ ପ୍ରକାଶ ପାଇଛି।