Categories: ଖେଳ

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ୩୦ ଲକ୍ଷ ୯୫ ହଜାର ଟଙ୍କା ପୁରସ୍କାର

ଭୁବନେଶ୍ୱର, ୧।୯(ସ୍ପୋଟର୍‌ସ ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବଡବ୍ଲ୍ୟୁଏଫ୍‌) ପରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନିଜ ପ୍ରଦର୍ଶନ ବଳରେ ପ୍ରମୋଦ କେବଳ ରାଜ୍ୟ ନୁହଁ, ସାରା ଦେଶ ପାଇଁ ଗୌରବ ଆଣିଦେଇଛନ୍ତି ବୋଲି ସେ କହିଛନ୍ତି। ତାଙ୍କର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ଦେଶର ଯୁବସମାଜ ପାଇଁ ପ୍ରେରଣା ଓ ଆଦର୍ଶ ବୋଲି କହିଛନ୍ତି। ପ୍ରମୋଦଙ୍କୁ ତାରକସି କାରୁକାର୍ଯ୍ୟର ଏକ ଉପହାର ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ଓ ୯୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଉଲ୍ଲେଖଥାଉ କି, ପାରା ବ୍ୟାଡମିଣ୍ଟନରେ ଅସାଧାରଣ ସଫଳତା ପାଇଁ ପ୍ରମୋଦ ଗତ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅର୍ଜୁନ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ହାସଲ କରିଥିଲେ।

Share