Categories: ଜାତୀୟ

ପ୍ରମୁଖ ସଚିବ ପଦରେ ରାଜୀବ କୁମାର

କୋଲକାତା,୨୮ା୧୨(ପି.ଟି.): କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗ ସରକାର ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏହି ପଦରେ ଥିବା ଦେବାଶିଷ ସେନ୍‌ଙ୍କ ସ୍ଥାନରେ ରାଜୀବ କୁମାର ଅବସ୍ଥାପିତ ହେବେ। ସେନ୍‌ଙ୍କୁ ପଶ୍ଚିମବଙ୍ଗ ହାଉସିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭଲପ୍‌ମେଣ୍ଟ କର୍ପୋରେଶନର ସିଏମ୍‌ଡି ନିଯୁକ୍ତ କରାଯାଇଛି। ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାର ଏସ୍‌ଆଇଟିର ଅଂଶବେିଶେଷ ଥିଲେ। ଫେବୃୟାରୀରେ ତାଙ୍କୁ ସିବିଆଇ ଜେରା କରିଥିଲା।

Share