ପ୍ରଭାସ ନୁହନ୍ତି, ଏହି ବିବାହିତ ନିର୍ଦ୍ଦେଶକଙ୍କ ପ୍ରେମରେ ଅନୁଷ୍କା: ଶୀଘ୍ର କରିପାରନ୍ତି ବିବାହ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ ଜଗତର ଆଗଧାଡ଼ିର ନାୟିକା ଅନୁଷ୍କା ସେଟ୍ଟୀ। ଚଳଚ୍ଚିତ୍ର ‘ବାହୁବଲୀ’ରେ ଚରିତ୍ରକୁ ନେଇ ଅଧିକ ଲୋକପ୍ରିୟ ହୋଇଥିଲେ ସେ। କେବଳ ସେତିକି ନୁହେଁ, ଫିଲ୍ମ ନାୟକ ପ୍ରଭାସଙ୍କ ସହ ତାଙ୍କର ଇଲୁ ଇଲୁ ଚାଲିଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା। ଏକଥାକୁ କିନ୍ତୁ ଉଭୟ ଅଭିନେତା ଏଡ଼ାଇ ଆସୁଥିଲେ। ଏବେ କଥା ବଦଳିଛି। ଅନୁଷ୍କାଙ୍କ ଜୀବନସାଥୀଙ୍କୁ ନେଇ ହୋଇଛି ବଡ଼ ଖୁଲାସା।

ଏକ ରିପୋର୍ଟ ଅନୁସାରେ, ଅନୁଷ୍କା ଏବେ ନିର୍ଦ୍ଦେଶକ ରାଘବେନ୍ଦ୍ର ରାଓଙ୍କ ପୁଅ ପ୍ରକାଶ କୋବଲାମୁଡ଼ିଙ୍କ ପ୍ରେମରେ। ଉଭୟ ବିବାହ ମଧ୍ୟ କରିପାରନ୍ତି। ହେଲେ ପ୍ରକାଶ ପୂର୍ବରୁ ବିବାହିତ। ଲେଖିକା କନିକା ଢିଲ୍ଲନ ତାଙ୍କ ପତ୍ନୀ। ୨୦୧୪ରେ ଉଭୟ ବିବାହ କରିଥିଲେ। ଏବେ କିନ୍ତୁ କନିକାଙ୍କଠାରୁ ପ୍ରକାଶ ଅଲଗା ରହୁଥିବା କୁହାଯାଉଛି।

ପ୍ରକାଶ ପେସାରେ ଜଣେ ନିର୍ଦ୍ଦେଶକ। ‘ଜଜ୍‌ମେଣ୍ଟାଲ ହେ କ୍ୟା’ ଚଳଚ୍ଚିତ୍ର ଜରିଆରେ ସେ ବଲିଉଡ୍‌ରେ କରିଥିଲେ ଡେବ୍ୟୁ। ସ୍ତ୍ରୀ କନିକା ମଧ୍ୟ ଏଥିରେ କାମ କରିଥିଲେ। କାରଣ ଫିଲ୍ମର କାହାଣୀ ଲେଖିଥିଲେ ସେ। ଏଣୁ ଉଭୟ ଅଲଗା ହୋଇଥିଲେ ହେଁ ଭଲ ବନ୍ଧୁ ଅଛନ୍ତି।
ଫିଲ୍ମ ‘ସାଇଜ୍‌ ଜିରୋ’ ଶୁଟିଂ ସମୟରେ ପ୍ରକାଶଙ୍କୁ ଭେଟିଥିଲେ ଅନୁଷ୍କା। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କଥା ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚିଛି। ହୁଏତ ଆଗାମୀ ଦିନରେ ଅନୁଷ୍କାଙ୍କ ପ୍ରଶଂସକ ବିବାହ ଖବର ଶୁଣିପାରନ୍ତି।

Share