ପ୍ରଭାସଙ୍କ ଫୋନ୍‌ ଉଠାଉନାହାନ୍ତି ଅନୁଷ୍କା

ଫିଲ୍ମ ‘ବାହୁବଳୀ’ରେ ଦମ୍‌ଦାର ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବା ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ସାହୋ’ ରିଲିଜ୍‌ ଅପେକ୍ଷାରେ ଅଛି। ଫିଲ୍ମର ପ୍ରମୋଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି ପ୍ରଭାସ। ଏହି ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ନାହିଁ, ତାଙ୍କ ବିବାହକୁ ନେଇ ତାଠୁ ଅଧିକ ଚର୍ଚ୍ଚା ହେଉଛି। ବାହୁବଳୀ-୨ର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କ ନାଁ ଯୋଡାଯାଏ। ଏହି ସମ୍ପର୍କ କେବଳ ବନ୍ଧୁତାରେ ସୀମିତ ବୋଲି ଉଭୟ ଯେତେ କହୁଥିଲେ ମଧ୍ୟ ଫ୍ୟାନମାନେ ଏକଥା ମାନିବାକୁ ନାରାଜ୍‌। ନିକଟରେ ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି, ଅନୁଷ୍କାଙ୍କ ନିକଟରେ ମୋର ଏକ ଅଭିଯୋଗ ରହିଛି। ମୁଁ ଯେବେ ବି ଅନୁଷ୍କାଙ୍କୁ ଫୋନ୍‌ କରେ, ସେ କେବେ ଉଠାନ୍ତି ନାହିଁ। ଏହି ସାକ୍ଷାତକାରରେ ପ୍ରଭାସ ଅନୁଷ୍କାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ଅଗଷ୍ଟ-୩୦ରେ ‘ସାହୋ’ ରିଲିଜ୍‌ ହେବ। ପ୍ରଭାସଙ୍କ ବ୍ୟତୀତ ଏହି ଫିଲ୍ମରେ ଶ୍ରଦ୍ଧା କପୁର ଲିଡ୍‌ ରୋଲରେ ଅଛନ୍ତି।

Share