ପ୍ରବେଶ ପଥରେ ବାରିକେଡ ପକାଇଲେ ଗ୍ରାମବାସୀ

ଶେରଗଡ,୧ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ୯୫ ଗ୍ରାମରେ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି। ବିଶେଷ କରି ୨୨ ପଞ୍ଚାୟତରେ ଥିବା ମୁଖ୍ୟ ଗ୍ରାମ ଗୁଡିକ ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି। ତହସିଲଦାର ଡ. ଦୟାସିନ୍ଧୁ ବିଭିନ୍ନ ସ୍ଥାନ ବୁଲି ଲକ୍‌ଡାଉନ୍‌ କଡାକଡି ପାଳନ ହେଉଛି କି ନାହିଁ ଅନୁଧ୍ୟାନ କରୁଛନ୍ତି। ଗ୍ରାମରେ ମୁଖ୍ୟରାସ୍ତାରେ ଗ୍ରାମବାସୀ ବାରିକେଡ ପକାଇ ବନ୍ଦ କରି ଦେଇଛନ୍ତି। ବାହାରୁ ଆସୁଥୁବ ଲୋକମାନଙ୍କୁ ଗ୍ରାମ ଭିତରକୁ ଛାଡୁ ନାହାନ୍ତି। ବାହାରକୁ କୌଣସି କାମରେ ଯାଉଥିବା ଲୋକ ଗ୍ରାମକୁ ଫେରିଲେ ସେଠାରେ ହାତ ଧୋଉଛନ୍ତି। ତାକରଡ଼ା, ଡେଙ୍ଗାପଦର ସମେତ ପ୍ରାୟ ୬୦ରୁ ଅଧିକ ଗ୍ରାମରେ ଏହି ବାରିକେଡ ବ୍ୟବସ୍ଥା ହୋଇଛି।
((((ଫଟୋ—ଡେଙ୍ଗାପଦର ଗ୍ରାମ ପ୍ରବେଶ ପଥରେ ହୋଇଥିବା ବାରିକେଡ୍‌।