Posted inଜାତୀୟ

ପ୍ରବାସୀ ଶ୍ରମିକ, କୃଷକଙ୍କ ପାଇଁ ୩.୧୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାୟ ୩.୧୬ ଲକ୍ଷ କୋଟି ଟଙ୍କାର ଯୋଜନା ସମ୍ପର୍କରେ ଗୁରୁବାର ବିବୃତି ପ୍ରଦାନ କରିଛନ୍ତି। ଏହା ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଲାଗି ମାଗଣା ଖାଦ୍ୟଶସ୍ୟ, କୃଷକଙ୍କ ପାଇଁ ରିହାତି ହାରରେ ଋଣ, କ୍ଷୁଦ୍ର ବ୍ୟବସାୟୀଙ୍କ ନିମନ୍ତେ ସହାୟତା ସାମିଲ ରହିଛି। କୋଭିଡ୍‌-୧୯ ଲାଗି ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥତ୍କ ସହାୟତାରେ ସରକାର ଏଭଳି ସୁବିଧା ସମ୍ପର୍କରେ ଘୋଷଣା କରିଛନ୍ତି।
ଖବରଦାତା କାର୍ଯ୍ୟକ୍ରମରେ ସୀତାରାମନ କହିଛନ୍ତି ଯେ, ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ୧ କିଲୋ ଡାଲି ଏବଂ ୫ କିଲୋ ଖାଦ୍ୟଶସ୍ୟ ଆଗାମୀ ୨ ମାସ ଲାଗି ପ୍ରଦାନ କରାଯିବ। ସେହିଭଳି ଲକ୍‌ଡାଉନ ଯୋଗୁ ଜୀବିକା ହରାଇଥିବା ୫୦ ଲକ୍ଷ ଉଠାଦୋକାନୀଙ୍କୁ ସହାୟତା ପୂର୍ବକ ସରକାର ଓ୍ବାର୍କିଂ କ୍ୟାପିଟାଲ ଲୋନ୍‌ ବା ପରିଚାଳନା ପୁଞ୍ଜି ଋଣ ବାବଦ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ। କିଷାନ କ୍ରେଡିଟ କାର୍ଡ ଦ୍ୱାରା ରିହାତି ହାରରେ କୃଷକଙ୍କୁ ୨ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ କାର୍ଡ ମଞ୍ଜୁର କରାଯାଇଥିବା ବେଳେ ଏଗୁଡିକର ଋଣ ସୀମା ୨୫ ହଜାର କୋଟି ଟଙ୍କା ରହିଛି। ମେ ଏବଂ ଜୁନ୍‌ ଲାଗି ରବି ଏବଂ ଖରିଫ ଚାଷର ଆବଶ୍ୟକତାକୁ ବିଚାର କରି ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲ୍‌ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ(ନାବାର୍ଡ) ପକ୍ଷରୁ ଅତିରିକ୍ତ ୩୦ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହି ଅର୍ଥ ସମବାୟ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକ ଦ୍ୱାରା ଅତିରିକ୍ତ ଜରୁରିକାଳୀନ ପରିଚାଳନା ପୁଞ୍ଜି ଭାବେ କୃଷକଙ୍କୁ ପ୍ରଦାନ କରାଯିବ। ଦେଶର ୩ କୋଟି କୃଷକ ୪ ଲକ୍ଷ କୋଟି ଟଙ୍କାର ଋଣ ନେଇଥିବା ବେଳେ ସେମାନଙ୍କୁ ୩ ମାସର ମୋରାଟୋରିୟମ ପ୍ରଦାନ କରାଯାଇଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ଲାଗି ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭଲପମେଣ୍ଟ ଫଣ୍ଡ(ଆର୍‌ଆଇଡିଏଫ୍‌) ଦ୍ୱାରା ମାର୍ଚ୍ଚ ମାସରେ ସରକାର ରାଜ୍ୟଗୁଡିକୁ ୪,୨୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି। ମାର୍ଚ୍ଚ ଏବଂ ଏପ୍ରିଲରେ ୬୩ ଲକ୍ଷ କୃଷକଙ୍କୁ ୮୬,୬୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଏହି ଅବସରରେ ସୀତାରାମନ, ଦେଶର ହାଉସିଂ ସେକ୍ଟରକୁ ଉତ୍ସାହିତ କରିବା ଲାଗି ୭୦ ହଜାର କୋଟି ଟଙ୍କାର ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ମଧ୍ୟମ ଆୟକାରୀ ଗ୍ରୁପ୍‌(ଯେଉଁମାନଙ୍କର ବାର୍ଷିକ ଆୟ ୬ରୁ ୧୮ ଲକ୍ଷ)ଙ୍କୁ ସୁଲଭ ବାସଗୃହ କ୍ଷେତ୍ରରେ ରିହାତି ସୁଧ ହାରରେ ଋଣ ପ୍ରଦାନ ସୁବିଧାକୁ ଗୋଟିଏ ବର୍ଷ ବଢ଼ାଯାଇଛି। ସୀତାରାମନ କହିଛନ୍ତି, ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଲାଗି କେନ୍ଦ୍ର ସରକାର ୩,୫୦୦ କୋଟି ଟଙ୍କା ପ୍ରଦାନ କରିବେ। ପ୍ରବାସୀଙ୍କୁ ଚିହ୍ନଟ କରିବା ଏବଂ ଖାଦ୍ୟ ସାମଗ୍ରୀ ଯୋଗାଣ କାମ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ ସୁବିଧା ପାଇଁ ସରକାର ରାଶନ କାର୍ଡର ଆନ୍ତଃରାଜ୍ୟ ପୋର୍ଟେବିଲିଟି ସିଷ୍ଟମ ପାଇଁ ଯୋଜନା ରଖିଛନ୍ତି। ଏହା ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌) ଅଧୀନରେ କାର୍ଯ୍ୟକ୍ଷମ ହେବ। ୨୦୨୧ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ କାର୍ଯ୍ୟକାରୀ କରାଯିବ। ଯେକୌଣସି ସ୍ଥାନରେ ଏହାଦ୍ୱାରା ପିଡିଏସ୍‌ ସାମଗ୍ରୀ ଉଠାଇହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ପ୍ରବାସୀ ଏବଂ ସହାରୀ ଗରିବଙ୍କ ଲାଗି ସରକାର ସୁଲଭ ରେଣ୍ଟାଲ ହାଉସିଂ କମ୍ପ୍ଲେକ୍ସ ଆରମ୍ଭ କରିବେ। କ୍ଷୁଦ୍ର ବାଣିଜ୍ୟ ଅଧୀନରେ ମୁଦ୍ରା ଯୋଜନାର ଶିଶୁ ଋଣ ବର୍ଗରେ ୫୦ ହଜାର ଟଙ୍କାର ଋଣ ଉପରେ ୨% ସୁଧ ରିହାତି ଘୋଷଣା କରାଯାଇଛି। ଏହାଦ୍ୱାରା ସରକାର ୧୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସେହିଭଳି ଉଠାଦୋକାନୀଙ୍କ ଲାଗି ୫ ହଜାର କୋଟି ଟଙ୍କାର ପରିଚାଳନା ପୁଞ୍ଜି ବ୍ୟବସ୍ଥା ହୋଇଛି।
ଏମ୍‌ଜିଏନ୍‌ଆର୍‌ଇଜିଏରେ ମେ ୧୩ ଯାଏ ଲୋକଙ୍କୁ ମଜୁରି ପ୍ରଦାନ କରିବା ଲାଗି ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କମ୍ପେନସେଟୋରି ଆଫୋଷ୍ଟ୍ରେଶନ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଂ ଅଥରିଟି (କାମ୍ପା) ଫଣ୍ଡ ବ୍ୟବହାର ଦ୍ୱାରା ପ୍ରାୟ ୬୦୦୦ କୋଟି ଟଙ୍କା ବ୍ୟୟରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ନେଇ ସରକାର ଯୋଜନା ହାତକୁ ନେବେ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ମୋଟ ପ୍ୟାକେଜ ମଧ୍ୟରେ ଗରିବଙ୍କ ଲାଗି ସହାୟତା ବାବଦ ୧.୭ ଲକ୍ଷ କୋଟି ଟଙ୍କା, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ଘୋଷଣା କରାଯାଇଥିବା ବିଭିନ୍ନ ମୁଦ୍ରାନୀତି ପଦକ୍ଷେପ ସାମିଲ ରହିଛି। ଏହାବାଦ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଋଣ ସହାୟତା ବାବଦ ୩ ଲକ୍ଷ କୋଟି ଏବଂ ଏନ୍‌ବିଏଫ୍‌ସି ଲାଗି ପଦକ୍ଷେପ ମିଶିଲେ ପ୍ରାୟ ୫.୯୪ ଲକ୍ଷ କୋଟି ଟଙ୍କା ମୋଟ ପ୍ୟାକେଜ ମଧ୍ୟରେ ସାମିଲ ରହିଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୫ ପରଠାରୁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ପ୍ରାୟ ୧୨.୨ କୋଟି ଲୋକ ଜୀବିକା ହରାଇଥିବା ଆକଳନ କରାଯାଇଛି। ଏହାବାଦ ବଜାରରେ ଚାହିଦା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

କାହା ପାଇଁ କ’ଣ….

-ପ୍ରବାସୀ ଶ୍ରମିକଙ୍କ ଲାଗି ୨ ମାସର ମାଗଣା ଖାଦ୍ୟଶସ୍ୟ
-୨୦୨୧ ମାର୍ଚ୍ଚରୁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’
-ଉଠାଦୋକାନୀଙ୍କ ଲାଗି ୫ ହଜାର କୋଟିର ଋଣ ବ୍ୟବସ୍ଥା
-କିଷାନ କ୍ରେଡିଟ୍‌ କାର୍ଡରେ ୨ ଲକ୍ଷ କୋଟିର ରିହାତି ଋଣ
-୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍‌ କାର୍ଡ ମଞ୍ଜୁର
-ନାବାର୍ଡ ପକ୍ଷରୁ ୩୦ ହଜାର କୋଟି ଟଙ୍କାର ଋଣ ସୁବିଧା
-ଆର୍‌ଆଇଡିଏଫ୍‌ରେ ରାଜ୍ୟଗୁଡ଼ିକୁ ୪,୨୦୦ କୋଟି
-କୃଷକଙ୍କୁ ୩ ମାସର ମୋରାଟୋରିୟମ
-ମାର୍ଚ୍ଚ-ଏପ୍ରିଲରେ କୃଷକଙ୍କୁ ୮୬,୬୦୦ କୋଟି ଟଙ୍କାର ଋଣ
-ହାଉସିଂ ସେକ୍ଟରକୁ ପ୍ରୋତ୍ସାହନ ଲାଗି ୭୦ ହଜାର କୋଟି
-ସୁଲଭ ବାସଗୃହରେ ରିହାତି ଋଣ ସୁବିଧା ଅବଧି ବର୍ଷେ ବଢ଼ିଲା
-ପ୍ରବାସୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଲାଗି କେନ୍ଦ୍ର ଦେବ ୩,୫୦୦ କୋଟି
-ପ୍ରବାସୀ ସହରୀ ଗରିବଙ୍କ ଲାଗି ଆସିବ ସୁଲଭ ରେଣ୍ଟାଲ ହାଉସିଂ
-ଶିଶୁ ମୁଦ୍ରା ଯୋଜନା ଋଣ ଲାଗି ୨% ସୁଧ ରିହାତି
-ଏନ୍‌ଆର୍‌ଇଜିଏ ମଜୁରି ବାବଦ ଖର୍ଚ୍ଚ ହୋଇଛି ୧୦ ହଜାର କୋଟି
-କାମ୍ପା ଅଧୀନରେ ନିଯୁକ୍ତି ସୃଷ୍ଟି ଲାଗି ୬ ହଜାର କୋଟି


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri